Odia News Portal

ରାଜ୍ୟରେ ୫ ଦିନ ଶୁଖିଲା ପାଗ

ରାଜ୍ୟରେ ଆଜିଠୁ ଶୁଖିଲା ରହିବ ପାଗ । ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ଲଘୁଚାପ ପ୍ରଭାବ କମିବା ଫଳରେ ବର୍ଷାର ପରିମାଣ ଓ ବିସ୍ତୃତି କମିଛି । ତେବେ, ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । ଆସନ୍ତାକାଲି, ୨୬ ଓ ୨୭ ତାରିଖରେ ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋବାର ସମ୍ଭାବନା ରହିଛି । ୨୮ ତାରିଖ ପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।