ମାର୍କ ଜୁକବରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍ଆପ୍ ପକ୍ଷରୁ ତିନି ନୂଆ ସୁବିଧା ଆରମ୍ଭ କରାଯାଇଛି। ବ୍ୟବହାରକାରୀମାନେ ଏକକାଳୀନ ୧୦୦ ଫାଇଲ୍ ପଠାଇବାର ସୁବିଧା ପାଇପାରିବେ। ପୂର୍ବରୁ ଏକକାଳୀନ ୩୦ଟି ଫାଇଲ୍ ପଠାଇ ହେଉଥିଲା। ଫାଇଲ୍ର ଅର୍ଥ ଏଠାରେ ହେଉଛି ଫଟୋ, ଭିଡିଓ କିମ୍ବା ଡକ୍ୟୁମେଣ୍ଟ୍। ଏହା ବ୍ୟତୀତ କୌଣସି ଫାଇଲ୍କୁ ତାହାର କ୍ୟାପ୍ସନ୍ ସହ ମଧ୍ୟ ପଠାଇପାରିବେ। ନୂଆ ସୁବିଧାଗୁଡ଼ିକୁ ବ୍ୟବହାର କରିବା ଲାଗି ପ୍ରଥମେ ହ୍ବାଟସ୍ଆପ୍କୁ ଅପ୍ଡେଟ୍ କରିବାକୁ ପଡ଼ିବ।
ବ୍ୟବହାରକାରୀମାନେ ଫାଇଲ୍ ତଳେ ବଡ଼ କ୍ୟାପ୍ସନ୍ ଲେଖି ସେଥିରେ କ’ଣ ରହିଛି ତାହାର ସୂଚନା ଦେଇପାରିବେ। ହ୍ବାଟସ୍ଆପ୍ର ଅନ୍ୟତମ ନୂଆ ସୁବିଧା ହେଉଛି ଅବତାର ଷ୍ଟିକର। ଅବତାରକୁ ଏଡିଟ୍ କରିବା ଲାଗି ୩୬ ପ୍ରକାର ଷ୍ଟିକର ଉପଲବ୍ଧ ହୋଇଛି। କଂପାନି ଏକ ନୂଆ ସମାଧାନ ଉପରେ କାମ କରୁଛି ଯାହା କାର୍ଯ୍ୟକାରୀ ହେଲେ ଲୋକମାନେ ଫଟୋକୁ ଅସଲି ମାନରେ ପଠାଇପାରିବେ। ଏବେ ହ୍ବାଟସ୍ଆପ୍ରେ ପଠାଯାଉଥିବା ଫଟୋର ମାନ ନିମ୍ନ ରହୁଛି। ଡକ୍ୟୁମେଣ୍ଟ୍ କରି ପଠାଇଲେ ତାହାର ମାନ ବଜାୟ ରହୁଛି। ଆଗାମୀ ଦିନରେ ଫଟୋକୁ ଡକ୍ୟୁମେଣ୍ଟ୍ ନକରି ମଧ୍ୟ ଅସଲି ମାନ ସହ ପଠାଇହେବ।