ତୁର୍କୀରେ ଭୂକମ୍ପଜନିତ ମହାବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୨୧,୦୫୧ରେ ପହଞ୍ଚିଛି । ହଜାର ହଜାର ଭୂମିହୀନ ଲୋକ ଏବେ ବି ଭୋକ ଓ ଶୀତ ଭିତରେ ସେମାନଙ୍କ ସଂଘର୍ଷ ଜାରି ରଖିଛନ୍ତି। ୧୯୯୯ ମସିହାରେ ଉତ୍ତର-ପଶ୍ଚିମ ତୁର୍କୀରେ ଏହି ଧରଣର ଏକ ଭୂକମ୍ପ ଘଟି ୧୭ ହଜାର ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ଭୂକମ୍ପରେ ସେ ସୀମା ପାର୍ ହୋଇ ସାରିଲାଣି। ଏମଧ୍ୟରେ ଏକ ହୃଦୟଥରା ଖବର ସାମ୍ନାକୁ ଆସିଛି।
ଭୂକମ୍ପ ପରେ ଧ୍ବଂସସ୍ତୁପ ତଳେ ଚାପି ହୋଇଯିବା ପରେ ଜଣେ ଯୁବକ କିଭଳି ଭାବେ ନିଜକୁ ବଞ୍ଚାଇଥିଲେ ତାହା ଏବେ ସାମ୍ନାକୁ ଆସିଛି। ସୂଚନା ମୁତାବକ, ଘଟଣା ଦିନ ବୋରାନ କୁବାତ ଓ ତାଙ୍କ ମା’ ମାଲାତ୍ୟାରେ ଥିବା ତାଙ୍କ ବନ୍ଧୁଙ୍କ ଘରକୁ ଆସିଥିଲେ। ପହଞ୍ଚିବାର କିଛି ଘଣ୍ଟା ପରେ ୭.୮ତୀବ୍ରତାର ଭୂକମ୍ପ ହୋଇଥିଲା। ପ୍ରଥମ ଭୂକମ୍ପରୁ ବୋରାନ ଓ ତାଙ୍କ ସର୍ମ୍ପକୀୟ ବର୍ତ୍ତିଥିବା ବେଳେ ନିଜ ଘରକୁ ଫେରିଥିଲେ। ଏହାର କିଛି ସମୟ ପରେ ୭.୫ତୀବ୍ରତାର ଭୂକମ୍ପ ହୋଇଥିଲା, ଯାହା ଦ୍ବାରା ବୋରାନ ଥିବା କୋଠାଟି ଭୁଶୁଡିପଡ଼ିଥିଲା। ସମସ୍ତେ କୋଠାର ଧ୍ବଂସସ୍ତୁପ ତଳେ ଚାପି ହୋଇଯିବା ପରେ ବୋରାନ, ପରିବାରକୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆର ବ୍ୟବହାର କରିଥିଲେ। ହ୍ବାଟସଆପରେ ନିଜର ଏକ ଭିଡିଓ ସେୟାର କରିଥିଲେ ବୋରାନ, ଯେଉଁଥିରେ ସେ କହିଥିଲେ, ଯିଏ ମୋ ହ୍ବାଟସଆପ୍ ଷ୍ଟାଟସ ଦେଖୁଛ, ଦୟାକରି ଆମକୁ ଆସି ବଞ୍ଚାଅ।ଇଫ୍ରୁଜ୍ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଧ୍ବଂସସ୍ତୁପ ତଳେ ଆମେ ଅଛୁ।
ତାଙ୍କ ଅବସ୍ଥାନ ବିଷୟରେ ବିସ୍ତୃତ ନିର୍ଦ୍ଦେଶନାମା ହେତୁ ଉଦ୍ଧାରକାରୀମାନେ ପରିବାରକୁ ଖୋଜି ବାହାର କରିବାରେ ସକ୍ଷମ ହୋଇଥିଲେ ଏବଂ ବୋରାନ, ତାଙ୍କ ମା’ ଓ ମାମୁଁଙ୍କୁ ଧ୍ବଂସସ୍ତୁପ ତଳୁ ଉଦ୍ଧାର କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
