Odia News Portal

ଓଡ଼ିଶାରୁ କାହାକୁ ମିଳିବ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ?

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ହେବ ଅଦଳ ବଦଳ । ତେବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଏବେ ଦୁଇଜଣ ଓଡ଼ିଆ ମନ୍ତ୍ରୀ ଅଛନ୍ତି । ଧମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱ ସାଂସଦ ପ୍ରତାପ ଷଢ଼ଙ୍ଗୀ ଏବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ରହିଛନ୍ତି । ତେବେ ଅଦଳ ବଦଳ ହେବାକୁ ଥିବାରୁ ଏମାନଙ୍କୁ ପୁଣିଥରେ ସ୍ଥାନ ମିଳୁଛି କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ଧମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳିବାର ଅଧିକ ସମ୍ଭାବନା ଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି ।

ଏହାରି ଭିତରେ ଓଡ଼ିଶାରୁ ତିନିଜଣ ନେତାଙ୍କ ନାମ ଆସିଛି । ଟେଉଁମାନେ କି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ପାରନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡ଼ୁ ଓ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ । ଏମାନଙ୍କ ମଧ୍ୟରୁ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରେ । ରେସରେ ଥିବା ତିନି ନେତାଙ୍କ ମଧ୍ୟରୁ ହାତୀ କାହା ମୁଣ୍ଡରେ ସୁନା କଳସୀ ଢ଼ାଳୁଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।