Odia News Portal

ମୁଖ୍ୟମନ୍ତ୍ରୀଙ୍କ କରୋନା ସତର୍କତାକୁ ଡବ୍ଲୁଏଚଓର ପ୍ରଶଂସା

*୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ର ପ୍ରଶଂସା |

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡବ୍ଲୁଏଚଓ ତରଫରୁ ପ୍ରଶଂସା | ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ର ପ୍ରଶଂସା । ମାସ୍କ ହିଁ ଆମକୁ କରୋନା ଦାଉରୁ ରକ୍ଷା କରିପାରିବ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍‌ ଲିଡର ଡକ୍ଟର ନିହାର ରାୟ କହିଛନ୍ତି । କରୋନାର ଦ୍ୱିତୀୟ ଲହରକୁ ଲକ୍ ଡାଉନ ବିନା ହରାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। କରୋନାକୁ ଚେକ ଦେବାକୁ ୧୪ ଦିନିଆ ମାସ୍କ ଡ୍ରାଇଭ ସହ ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବେ ମାସ୍କ ପିନ୍ଧିବା । ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ କହିଥଲେ । ମାଆମାନେ ସତର୍କ ହେଲେ କରୋନା କେବେବି ଆମ ଘର ଭିତରକୁ ଆସିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମାସ୍କ ଅଭିଯାନକୁ ଡବ୍ଲୁଏଚଓ ପ୍ରଶଂସା କରିଛି ।