Odia News Portal

ନୂଆପଡ଼ା ଉପ-ନିର୍ବାଚନରେ କାହାର ହେବ ବିଜୟ?

ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପ-ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଉପ-ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଉପ-ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ସେପଟେ ବାଇ ଇଲେକ୍ସନରେ କିଏ ଜିତିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ସମସ୍ତଙ୍କ ନଜର ଏବେ ବିଜେଡି ଉପରେ ରହିଛି । କାରଣ ପ୍ରଥମ ଥର ପାଇଁ ବିରୋଧୀ ଦଳରେ ଥାଇ  ବିଜେଡି ଉପନିର୍ବାଚନ ଲଢ଼ିବାକୁ ଯାଉଛି ।  ବିଜେଡି ଟିକେଟରେ ଚାରି ଚାରି ଥର ବିଧାୟକ ହୋଇଥିଲେ ରାଜେନ୍ଦ୍ର ଢୋଲକିଆ । ୨୦୨୪ର ନିର୍ବାଚନରେ ୧୦ ହଜାର ୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ରାଜେନ୍ଦ୍ର । ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏତେ ଲୋକପ୍ରିୟ ଥିଲେ ଯେ ବିଜେଡି-ବିଜେପି ମେଣ୍ଟ ସରକାରରେ ଥିବା ବେଳେ ୨୦୦୪ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେଣୁ ରାଜେନ୍ଦ୍ର ଢୋଲକିଆଙ୍କ ପରିବାରରୁ କାହାକୁ ଟିକେଟ ଦେଇ ବିଜୟୀ ହେବାକୁ ଆଶାର ରଖିଛି ବିଜେଡି ।

ସେପଟେ ସରକାରରେ ଥିବାରୁ ବିଜେଡି ଏହି ସିଟ୍‌କୁ ଜିତିବା ପାଇଁ ଜୋରାଦାର ଉଦ୍ୟମ କରିବ । ୨୦୨୪ର ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ୪୪୮୧୪ ଭୋଟ୍ ସେ ତୃତୀୟ ସ୍ଥାନରେ ରହିଥିଲେ । ବର୍ତ୍ତମାନ ବିଜେପି ରାଜ୍ୟରେ ସରକାରେ ରହିଛି । ବିଜୟ ପାଇଁ ସବୁ ପ୍ରକାର କଳ କୌଶଳ ଲଗାଇବ ଦଳ । ତେବେ ପରାଜିତ ହୋଇଥିବା କାରଣରୁ ଅଭିନନ୍ଦନଙ୍କୁ ପୁଣି ଟିକେଟ ମିଳିବ ନା ତାଙ୍କ ସ୍ଥାନରେ ଆଉ କାହାକୁ ସୁଯୋଗ ମିଳିବ ତାହା ଏବେ ପ୍ରଶ୍ନ ଘେରରେ । ତଥାପି ନୂଆପଡ଼ା ଉପନିର୍ବାଚନରେ ବିଜୟୀ ହେବା ନେଇ ଦୃଢ଼ ଆଶାବାଦୀ ରହିଛି ବିଜେପି ।

ତେବେ ନୂଆପଡ଼ାରେ ସିଟରେ ନୂଆ ଚେହେରାକୁ ସୁଯୋଗ ଦେଇପାରେ କଂଗ୍ରେସ । ୨୦୨୪ରେ ଲଜ୍ୟା ଜନକ ପରାଜୟ ଭୋଗିଥିଲା କଂଗ୍ରେସ । କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ୧୫ ହଜାର ୫୦୧ ଖଣ୍ଡ ଭୋଟ ପାଇ ଶେଷ ସ୍ଥାନରେ ରହିଥିଲେ । ଘାସିରାମ ମାଝୀଙ୍କ ଲୋକପ୍ରିୟତା ଅଧିକ ରହିଥିବା ବେଳେ ତାଙ୍କୁ ଟିକେଟ ମିଳିନଥିଲା । ଯାହା ଫଳରେ ସେ ସ୍ବାଧୀନ ଭାବେ ଲଢିଥିଲେ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ । ତାଙ୍କୁ ୫୦୯୪୧ ଭୋଟ୍ ମିଳିଥିଲା । ତେଣୁ ବିଜୟୀ ହେବା ପାଇଁ କଂଗ୍ରେସ ଉପନିର୍ବାଚନରେ ଘାସିରାମଙ୍କୁ ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି