ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଉଠାଇ ଘଟଣା ବିଶ୍ବବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ପରେ, ଆମେରିକା ନିକୋଲାସ୍ ମାଦୁରୋଙ୍କୁ ହେପାଜତକୁ ନେଇଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ
ଆମେରିକା ରୁଷ ବିରୁଦ୍ଧରେ ସମାନ କିଛି କରିପାରିବ କି?
ଭେନେଜୁଏଲା ଉପରେ ଆକ୍ରମଣ ପରେ, ଆମେରିକା ଏକ ରୁଷୀୟ ତୈଳ ଜାହାଜକୁ ଜବତ କରିଛି। ଜାହାଜରେ ଥିବା ସମସ୍ତ କ୍ରିୟୁ ମେମ୍ବରଙ୍କୁ ବନ୍ଦି କରିଛି ଆମେରିକା । ଏହା ଦ୍ୱାରା ଟ୍ରମ୍ପ ମାଡୁରୋଙ୍କ ପରି ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କୁ ବନ୍ଦି କରିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠିଛି।ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ସ୍ପଷ୍ଟ କରିଛନ୍ତି। ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବନ୍ଦୀ କରିବା କିମ୍ବା ତାଙ୍କ ବିରୁଦ୍ଧରେ କୌଣସି ପ୍ରକାରର ସାମରିକ ମିଶନର ସମ୍ଭାବନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ସିଧାସଳଖ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଥିଲେ, “ମୁଁ ଭାବୁନାହିଁ ଯେ ଏହା ଆବଶ୍ୟକ ହେବ।” ସେ ଏହା ମଧ୍ୟ କହିଛନ୍ତି ଯେ ପୂର୍ବରୁ ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା, କିନ୍ତୁ ଏବେ ସେ ତାଙ୍କ ଉପରେ “ବହୁତ ନିରାଶ”। ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ବୈଦେଶିକ ନୀତି ଆକ୍ରମଣାତ୍ମକ ମନୋଭାବ ଆଡକୁ ବଦଳୁଥିବା ପରି ମନେ ହେଉଛି। ପ୍ରଥମେ ଆମେରିକାର ସେନା ଏକ ସାମରିକ ଅଭିଯାନରେ ପୂର୍ବତନ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ହେପାଜତକୁ ନେବା ଏବଂ ପରେ ରୁଷୀୟ ତୈଳ ଜାହାଜକୁ କବଜା କରିବା । ଏହି ଘଟଣା ବିଶ୍ୱବ୍ୟାପୀ ଏକ ବିତର୍କ ସୃଷ୍ଟି କରିଛି ଯେ ଆମେରିକା ଏବେ ସିଧାସଳଖ ନେତାମାନଙ୍କୁ ଗିରଫ କରିବାର ନୀତି ଗ୍ରହଣ କରୁଛି ।
ଟ୍ରମ୍ପଙ୍କୁ ଉଠାଇନେବ କି ଇରାନ?
ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଉଠାଇନେବା ପରେ ସମାନ ଭାବେ ଟ୍ରମ୍ପଙ୍କୁ ଅଟକ ରଖିବା ପାଇଁ ଇରାନରୁ ଦାବି ହେଉଛି। ଇରାନର ସାଂସ୍କୃତିକ ବିପ୍ଳବର ସର୍ବୋଚ୍ଚ ପରିଷଦର ସଦସ୍ୟ ହାସନ ରହିମପୁର ଆଗାଦି ଖୋଲାଖୋଲି ଭାବରେ ଟ୍ରମ୍ପଙ୍କୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ମାଦୁରୋଙ୍କୁ ବନ୍ଦୀ କରିଥିବା ପରି ଇରାନ ଟ୍ରମ୍ପଙ୍କ ସହ ସମାନ ବ୍ୟବହାର କରିବା ଉଚିତ। ଆଜଘାଦି ଏପରିକି କହିଛନ୍ତି ଯେ ଟ୍ରମ୍ପଙ୍କୁ “ମୂଲ୍ୟ ଦେବାକୁ ପଡିବ” ଏବଂ ଆବଶ୍ୟକ ହେଲେ ଆମେରିକା ଭିତରେ ଅପରେସନ୍ କରାଯାଇପାରିବ।ତାଙ୍କର ଏହି ବୟାନକୁ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି କରୁଥିବା ଭାବରେ ଦେଖାଯାଉଛି, ବିଶେଷକରି ଯେତେବେଳେ ଇରାନରେ ମୁଦ୍ରାସ୍ଫୀତି ଏବଂ ଆର୍ଥିକ ସଙ୍କଟ ବିରୋଧରେ ବଡ଼ ଧରଣର ପ୍ରତିବାଦ ଚାଲିଛି। ରିପୋର୍ଟ ଅନୁଯାୟୀ, ଏହି ପ୍ରତିବାଦରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିଚାଳନା ଯୋଗୁଁ 200 ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।
