Odia News Portal

ନଭେମ୍ବର ୨୯ରୁ ସଂସଦ ଅଧିବେଶନ

ନଭେମ୍ବର ୨୯ରୁ ବସିବ ଶୀତକାଳୀନ ଅଧିବେଶନ । ନଭେମ୍ବର ୨୯ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ଯାଏଁ ବସିବ ଅଧିବେଶନ । ଗୃହରେ ବିଭିନ୍ନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଏବେ ଯାଏଁ ବି ଜାରି ରହିଥି ଚାଷୀ ଆନ୍ଦୋଳନ । ତେଣୁ ଚଷୀଙ୍କ ନ୍ୟାୟ ଦାବିରେ ଗରମ ହୋଇପାରେ ଗୃହ । କେବଳ ଚାଷୀ ସମସ୍ୟା ନୁହେଁ । ଲଖିମପୁର୍ ଘଟଣା, କାଶ୍ମୀରରେ ସାଧାରଣ ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ
ଗୃହରେ ସବୁଠୁ ବଡ ମୁଦ୍ଦା ରହିପାରେ ଦର ବୃଦ୍ଧି । ଯେଉଁଭଳି ଭାବେ ତୈଳ ଦର, ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ହେଉଛି ତାହା ଅତ୍ୟନ୍ତ ଚିନ୍ତାଜନକ । ଏନେଇ ସାଧାରଣ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ପ୍ରସଙ୍ଗ ବଡ ମୁଦ୍ଦା କରି ଗୃହ ଗରମ କରିପାରନ୍ତି ବିରୋଧୀ