Odia News Portal

କାମରୁ ଫେରୁଥିବା ସମୟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡ଼ି ITI ପଛପଟେ ଘଟିଛି ଏହି ଘଟଣା । ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ ଯୁବତୀ । ଅଭିଯୋଗ ପରେ ପୋଲିସର ତନାଘନା ଜାରି । ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ପୋଲିସ ସୂଚନା ଅନୁସାରେ ହିକୁଡି ନିକଟରେ ଥିବା ଜେଆରପି ଟାଟା ମୋଟର ସର୍ଭିସ ସେଣ୍ଟର ରେ କାମ କରୁଥିବା ଜଣେ ଯୁବତୀ କାମ ସାରି ଘରକୁ ଫେରିବା ବେଳେ ବାଟରେ ତିନି ଜଣ ଯୁବକ ତାଙ୍କୁ ଅଟକାଇଥିଲେ । ସେ ମନା କରିବାରୁ ତାଙ୍କ ମୁହଁରେ ସ୍ପ୍ରେ ମାରି   ଜୋର୍ ଜବରଦସ୍ତି ଟେକି ନେଇଥିଲେ । ନିକଟରେ ଥିବା ଆଇଟିଆଇ ପଛପଟେ ଦୁଷ୍କର୍ମ କରି ଅଚେତ୍ ଅବସ୍ଥାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବାବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତନାଘନା କରି କିଛି ଜଣକୁ ପଚରା ଉଚରା କରୁଥିବା ଜଣା ପଡିଛି ।