Odia News Portal

ଭୁବନେଶ୍ୱର ଓ ବ୍ରହ୍ମପୁର ରୁ ମହିଳା ହେବେ ମେୟର

ଜୋର ଧରିଲା ବିଏମସି ନିର୍ବାଚନ ତାତି । ଆସିଲା ୩ ସହର ପାଇଁ ଓ୍ଵାର୍ଡ ତାଲିକା । ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ଵାର୍ଡ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର ବିଏମସି ପାଇଁ ୬୭ ଓ୍ଵାର୍ଡ ରହିବ । କଟକ ପାଇଁ ୫୯ ଏବଂ ବ୍ରହ୍ମପୁର ପାଇଁ ରହିବ ୪୨ଟି ଓ୍ଵାର୍ଡରେ ନିର୍ବାଚନ ହେବ ।
ସେହିପରି ମେୟର ତାଲିକା ବି ଆସିଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ମହିଳା ମେୟର ହେବେ । କଟକ ପାଇଁ ମେୟର ପଦ ଅଣସଂରକ୍ଷିତ ରହିଛି । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓ୍ଵାର୍ଡ ତାଲିକା ସଂରକ୍ଷଣ ନେଇ କୌଣସି ଆପତ୍ତି କିମ୍ବା ଅଭିଯୋଗ ଥିଲେ ୧୦ ଦିନ ମଧ୍ୟରେ ଜଣାଇ ପାରିବେ ।