ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଲେ ଶ୍ରମିକ By Swadhikar News Last updated Jan 3, 2026 ଢେଙ୍କାନାଳଜିଲ୍ଲା ବ୍ଲକ କାମାକ୍ଷାନଗର ଅଁଳାବେରେଣି ଫରେଷ୍ଟ ଅଧୀନ ଖଟୁଆହତା ଇଟା ଫ୍ୟାକ୍ଟ୍ରିରେ ଶ୍ରମିକ ଭାବରେ କାମ କରୁଥିଲେ ବିଜାଡିହ ଗାଁର ରେଂଛା ବେହେରା (୬୦ବର୍ଷ)। ସବୁଦିନ ଭଳି ଆଜି ସକାଳୁ ଫ୍ୟାକ୍ଟ୍ରି ନିକଟ ଜଙ୍ଗଲକୁ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା।ଏହାଫଳରେ ତାଙ୍କର ୨ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଅଁଳାବେରେଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳରେ ଗତ କିଛିଦିନ ହେଲାଣି ହାତୀ ଆତଙ୍କ ଲାଗି ରହିଛି। swadhikarswadhikar news Share