Odia News Portal

ଆଜି ବିଶ୍ୱ ଦୂରସଂଚାର ଦିବସ,ଆସନ୍ତୁ ଜାଣିବା ମେ ୧୭ ପଛର ଇତିହାସ

୨୦୦୫ ପରେ ପ୍ରତିବର୍ଷ ମେ ମାସ ୧୭ ତାରିଖକୁ ବିଶ୍ବ ଦୂରସଂଚାର ଓ ସୂଚନା ସୋସାଇଟି ଦିବସ ଭାବେ ପାଳନ କରାଯାଇ ଆସୁଛି । କହିରଖଛୁକି ବିଶ୍ୱ ଦୂରସଂଚାର ଦିବସ ପ୍ରଥମ ଥର ୧୯୬୯ ମସିହାରେ ପାଳନ କରାଯାଇଥିଲା । ୧୮୬୫ ମସିହା ମେ ୧୭ ତାରିଖରେ ଅନ୍ତରାଷ୍ଟ୍ରୀୟ ଦୂରସଂଚାର ସଂଘର ସ୍ଥାପନା ହେବା ପରେ ମେ ୧୭ ତାରିଖରେ ପୁରା ବିଶ୍ୱରେ ଦୂରସଂଚାର ଦିବସ ପାଳନ କରାଯାଇ ଆସୁଛି । କହିରଖିବା ଉଚିତ ହେବକି ବିଶ୍ୱ ଦୂର ସଂଚାର ଦିବସ ପ୍ରଥମ ଥର ପାଇଁ ୧୯୬୯ ମସିହାରେ ପାଳନ ହୋଇଥିଲା ।
ଚଳିତ ବର୍ଷ ବିଶ୍ୱ ଦୂରସଂଚାର ଦିବସର ଥିମ “ଡିଜିଟାଲ ଟେକ୍ନୋଲୋଜି ଫର ଓ଼ଲ୍ଡ ପର୍ସନ ଆଣ୍ଡ ହେଲଦି ଏଜିଙ୍ଗ” ରଖାଯାଇଛି । ଏହି ଥିମ ସୂଚନା ପ୍ରଦ୍ୟୋଗିକର ବ୍ୟବହାର ଓ ଶାରୀରିକ, ଭାବନାତ୍ମକ ତଥା ଆର୍ଥିକ ସ୍ତରରେ ସ୍ୱାସ୍ଥ୍ୟ, ସ୍ୱତନ୍ତ୍ର ରହିବା ଉପରେ ହିଁ ଗୁରୁତ୍ୱ ଦେଇଆସୁଛି । ଆସନ୍ତୁ ଆଜିର ବିଶେଷ ମୁହୂର୍ତ୍ତରେ ଏହି ଦିବସ ବାବଦରେ କିଛି ବିଶେଷ କଥା ବାବଦରେ ଜାଣିବା ।
ମେ ୧୭ ପଛର ଇତିହାସ
– ମେ ୧୭ ତାରିଖରେ ଅନ୍ତରାଷ୍ଟ୍ରୀୟ ଟେଲିଗ୍ରାଫ କନ୍ଭେସନ ହସ୍ତାକ୍ଷର ଦିବସ ଭାବେ ବି ପାଳିତ ହୋଇଥାଏ । ଆଉ ଖାସ କଥା ହେଉଛିକି ଯେବେ ୟୁନାଇଟେଡ଼ ନେସନ ବିଶ୍ବ ଦୂରସଂଚାର ଦିବସ ବାବଦରେ ଘୋଷଣା କରିଥିଲା ସେଦିନ ବି ମେ ୧୭ ତାରିଖ ହିଁ ଥିଲା ।
– ୨୦୦୬ ମସିହା ନଭେମ୍ବରରେ ତୁର୍କୀର ଆଣ୍ଟାଲିଆ ଠାରେ ଆଇଟିୟୁ ପ୍ଲେନୀପୋଟେଣ୍ଟାରୀ ସମ୍ମେଳନ ମେ ୧୭ ତାରିଖରେ ଉଭୟ ବିଶ୍ୱ ଦୂରସଂଚାର ଓ ସୂଚନା ସୋସାଇଟି ଦିବସ ଭାବେ ପାଳନ କରିବାକୁ ନେଇ ନିଷ୍ପତ୍ତି ନେଇଥିଲେ ।
– ପୁରା ବିଶ୍ୱରେ ଏହି ଦିବସ ଇଣ୍ଟରନେଟ ଓ ସଂଚାର ବାବଦରେ ସଚେତନତା ସୃଷ୍ଟି କରିଥାଏ ।
-ବିଶ୍ୱରେ ଟେକ୍ନୋଲୋଜି ଓ ଇଣ୍ଟରନେଟ ବାବଦରେ ସକାରାତ୍ମକତା ବଢାଇବା ହେଉଛି ଏହି ଦିବସର ମୂଳ ଲକ୍ଷ ।
– ଦୂରଦୁରାନ୍ତ ତଥା ଗ୍ରାମୀଣ ଅଂଚଳ ମାନଙ୍କରେ ସୂଚନା ଓ ସଂଚାର ଉଭୟଙ୍କୁ ସହଜ ଓ ସୁଲଭ କରିଥାଏ ।