Odia News Portal

ଜାଣନ୍ତୁ କାହିଁକି ଭଗବାନ ଶିବଙ୍କୁ ନିରାକାର୍ କୁହାଯାଏ…

ଭୁବନେଶ୍ବର: ମହାଦେବଙ୍କୁ ନିରାକାର୍ କୁହାଯାଏ। ଭଗବାନ ଶିବଙ୍କ କିଛି ଆକାର ନଥାଏ।ମଣିଷ ପରି ସେ କୌଣସି ଶରୀର ଧାରଣ କରିଥାନ୍ତି।ଭଗବାନ ଗୋଟିଏ ଶକ୍ତି ବା ବିନ୍ଦୁ ଅଟନ୍ତି।ଯେବେ ସୃଷ୍ଟି ର ରଚନା ହେବାର ଥିଲା ସେବେ ଭଗବାନ ଶିବ ବିଷ୍ଣୁଙ୍କୁ ଜନ୍ମ ଦେଲେ ଓ ବିଷ୍ଣୁଙ୍କ ଗର୍ଭରୁ ବ୍ରହ୍ମା ଜାତ ହେଲେ।କିନ୍ତୁ ବିଷ୍ଣୁ ଓ ବ୍ରହ୍ମାଙ୍କ ଜନ୍ମ।ପରେ ସେମାନଙ୍କୁ ଜ୍ଞାତ ନ ଥିଲା ସେମାନେ କେଉଁଠୁ ଜନ୍ମ ନେଲେ ଓ ସେମାନେ ଦୁଇ ଜଣଙ୍କ ମଧ୍ୟରୁ କିଏ ପରମ ଶକ୍ତିଶାଳୀ।ତେବେ ଏହା ପାଇଁ ଦୁଇ ଜଣଙ୍କ ମଧ୍ୟରେ ସର୍ବଦା ମତାନ୍ତର ରହୁଥିଲା। ଯାହାକି ପାଖା ପାଖି ୧୦,୦୦୦ ବର୍ଷ ଯାଏ ଚାଲିଥିଲା।ତେବେ ଦୁଇ ଜଣଙ୍କ କଳହର ଅନ୍ତ ପାଇଁ ଭଗବାନ ଶିବ ଲିଙ୍ଗର ରୂପ ନେଇ ଦୁଇ ଜଣଙ୍କ ମଝିରେ ରହିଗଲେ। ତେବେ ଏହି ଲିଙ୍ଗରୁ ବହୁତ୍ ଜ୍ଵାଳା ବାହାରୁଥିଲା। ଏହି ସମୟରେ ଶୂନ୍ୟ ରୁ ବାଣୀ ହେଲା ଯେ ଯିଏ ଏହି ଲିଙ୍ଗର ଅନ୍ତ ପାଇଯିବ ସେହି ଶକ୍ତିଶାଳୀ।

ତେବେ ଅନ୍ତ ଖୋଜିବାକୁ ଭଗବାନ ବିଷ୍ଣୁ ତଳକୁ ଗଲେ ଓ ବ୍ରହ୍ମା ଉପରକୁ।ଭଗବାନ ବିଷ୍ଣୁ ଙ୍କୁ ଲିଙ୍ଗ ର ଅନ୍ତ ମିଳିଲା ନାହିଁ ତେଣୁ ସେ ଯାଏ ମହାଦେବ ଙ୍କୁ କହିଲେ ଯେ ହେ ପ୍ରଭୁ ମୁଁ ଲିଙ୍ଗ ର ଅନ୍ତ ପାଉନାହିଁ, କିନ୍ତୁ ବ୍ରହ୍ମା ଙ୍କୁ ଲିଙ୍ଗ ର ଅନ୍ତ ମିଳିନଥିଲେ ମଧ୍ୟ ସେ ଭାବିଲେ ମୁଁ ଯାଇ କହିବି ଯେ ମୋତେ ଅନ୍ତ ମିଳିଗଲା ଓ ମୁଁ ବିଷ୍ଣୁ ଙ୍କ ଠୁ ଅଧିକ ଶକ୍ତିଶାଳୀ ବୋଲାଇବି।

ତେବେ ବ୍ରହ୍ମା ଙ୍କ ଏହି ମିଛ କହିବା ଶୁଣି ଶୂନ୍ୟ ରୁ ବାଣୀ ହେଲା ଯେ ମୁଁ ନିରାକାର ତେଣୁ ଶିବଲିଙ୍ଗ ର କୌଣସି ଆକାର ନାହିଁ ଓ ଅନ୍ତ ମଧ୍ୟ ନାହିଁ।ସେଥି ପାଇଁ ଶିବ ବ୍ରହ୍ମା ଙ୍କୁ ଅଭିଶାପ ଦେଲେ ଯେ ତୁମର କେବେ ବି ପୂଜା ହେବ ନାହିଁ।ଏହା ପରେ ବ୍ରହ୍ମା କ୍ଷମା ମାଗିଲେ ଏବଂ ସେହି ଶିବ ଲିଙ୍ଗ କୁ ପୂଜା କରାଯାଏ। ଏବଂ ବିଷ୍ଣୁ ମହାଦେବ ଙ୍କୁ କହିଲେ କି ହେ ପ୍ରଭୁ ଆପଣ ଆକାର ନେଇ ଆସନ୍ତୁ ଓ ଆମ ସହ ବସବାସ କରନ୍ତୁ।ଏହା ପରେ ତ୍ରିଦେବଙ୍କ ଏକାଠି ପୂଜାର୍ଚ୍ଚନା କରାଯାଉଛି ।