Odia News Portal

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : କୋଭିଡ୍ ଟିକାକୁ ନେଇ ଅପେକ୍ଷାର ହେଲା ଅନ୍ତ | ଏଥର ଦେଶବାସୀଙ୍କୁ ମିଳିବ ପ୍ରଥମ ସ୍ୱଦେଶୀ କରୋନା ଟିକା । କୋଭାକ୍ସିନକୁ ଜରୁରିକାଳୀନ ପ୍ରୟୋଗ ପାଇଁ ଅନୁମତି ମିଳିଛି । ଏନେଇ ଭାରତ ବୈୟୋଟିକକୁ ଅଭିନନ୍ଦନ ଜଣାଇଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |କୋଭିଡ ମୁକ୍ତ ଦେଶ ଗଠନ ପାଇଁ ବାଟ ଖୋଲିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି | ସେରମ ଓ ଭାରତ ବାୟୋଟେକକୁ ପ୍ରସଂଶା କରିବା ସହ ବୈଜ୍ଞାନିକ ଓ ଉଦ୍ଭାବକକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି |

ସେହିଭଳି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୋଭାକ୍ସିନ ଟିକାକୁ ଅନୁମତି ମିଳିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଟୁଇଟ୍ କରି ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି । SEC ଅନୁମତି ଦେଶରେ ଟିକାକରଣ ପ୍ରକ୍ରିୟାକୁ ସଶକ୍ତ କରିବ ବୋଲି କହିଛନ୍ତି ନବୀନ ।  ଭାରତ ବାୟୋଟେକ୍ ଓ ଆଇସିଏମ୍‌ଆର ଦ୍ୱାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ । ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ମିଳିଛି ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ଟିକା । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ଏକ୍ସପର୍ଟ ପ୍ୟାନେଲ କୋଭାକ୍ସିନର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ତେବେ ଗତକାଲି କୋଭିସିଲ୍ଡକୁ ଜରୁରିକାଳୀନ ପ୍ରୟୋଗ ପାଇଁ ମିଳିଥିଲା ଅନୁମତି ।