Odia News Portal

x-ray ଦ୍ୱାରା ଜାଣି ହେବ କରୋନା ରିପୋର୍ଟ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଇଛି। ଏହାର ନୂଆ ନୂଆ ଭାରିଆଣ୍ଟ ସମଗ୍ର ଦେଶକୁ ଡରାଇବାରେ ଲାଗିଛି । । ଗତ ୩ ବର୍ଷ ହେବ ଏହି ମହାମାରୀ ଜନଜୀବନକୁ ବିପର୍ୟ୍ୟସ୍ତ କରି ରଖିଛି। ବର୍ତ୍ତମାନ ପର୍ୟ୍ୟନ୍ତ କରୋନାର ପରୀକ୍ଷା RTPCR, ଆଣ୍ଟିଜେନ୍ ଟେଷ୍ଟ ଜରିଆରେ ହୋଇ ଆସୁଥିଲା, କିନ୍ତୁ ଏବେ ସ୍କଟଲ୍ୟାଣ୍ଡର ଏକ ବୈଜ୍ଞାନିକ ଦଳ କରୋନା ଚିହ୍ନଟ କରିବା ପାଇଁ ଏକ ନୂତନ ପରୀକ୍ଷଣ ସୃଷ୍ଟି କରିଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ଏକ୍ସ-ରେ ମାଧ୍ୟମରେ ଜଣା ପଡ଼ିବ କି, ରୋଗୀ କରୋନାରେ ପୀଡିତ ଅଛନ୍ତି କି ନାହିଁ। ବୈଜ୍ଞାନିକମାନେ ଏହାକୁ ୯୮ ପ୍ରତିଶତ ପର୍ୟ୍ୟନ୍ତ ପ୍ରଭାବଶାଳୀ ବା ସଠିକ ବୋଲି ମାନିଛନ୍ତି। ସୂଚନା ଅନୁସାରେ, ଭାଇରସର ଉପସ୍ଥିତିକୁ ଜାଣିବା ପାଇଁ ଏହି ପରୀକ୍ଷଣରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରାଯାଇଥାଏ।
ଅନୁସନ୍ଧାନକାରୀମାନେ କହିଛନ୍ତି କି, ଏହା RTPCR ପରୀକ୍ଷା ଅପେକ୍ଷା ଦ୍ରୁତ ହେବ ଏବଂ ଏହାର ଫଳାଫଳ କେବଳ ୫ରୁ ୧୦ ମିନିଟ୍ ମଧ୍ୟରେ ମିଳିଯିବ। କହି ରଖୁଛୁ ଯେ RTPCR ପରୀକ୍ଷଣର ରେଜଲ୍ଟ ଆସିବାରେ ଏକ ଘଣ୍ଟାରୁ ଅଧିକ ସମୟ ଲାଗି ଯାଇଥାଏ। ଅନୁସନ୍ଧାନକାରୀମାନେ ଏହା ମଧ୍ୟ କହିଛନ୍ତି, ଏକ୍ସ-ରେ ଜରିଆରେ ଓମିକ୍ରନ୍ ଭାରିଆଣ୍ଟ ଥିବା ନ ଥିବା ନେଇ ମଧ୍ୟ ଶୀଘ୍ର ଚିହ୍ନଟ କରାଯାଇ ପାରିବ ।