Odia News Portal

ୟୁପିରେ ‘ଦି କେରଳ ଷ୍ଟୋରୀ’କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଦି କେରଳ ଷ୍ଟୋରୀ’କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖାଦେଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମଟିକୁ ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି। ‌ସେ ଆଜି ସକାଳ ୯ଟା ୭ରେ ଏକ ଟ୍ବିଟ୍‌ ପୋଷ୍ଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି। ଯୋଗୀ ତାଙ୍କ ଟ୍ବିଟ୍‌ରେ ଲେଖିଛନ୍ତି,‘ ‘ଦି କେରଳ ଷ୍ଟୋରୀ’ ଉତ୍ତରପ୍ରଦେଶରେ କର ମୁକ୍ତ ହୋଇଯିବ।’

ଯୋଗୀ ସରକାର ତାଙ୍କ ପୂରା ଟିମ୍‌ ସହ ଏହି ଫିଲ୍ମଟିକୁ ଦେଖିବେ ବୋଲି ପୂର୍ବରୁ ସୂଚନା ରହିଛି। ବହୁ ବାଦବିବାଦ ପରେ ଶେଷର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ‘ଦି କେରଳ ଷ୍ଟୋରୀ’। ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ର ରିଲିଜ୍‌ ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଥମେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ହେଲେ ଇସ୍‌ଲାଇମିକ ଷ୍ଟେଟ୍‌ (ଆଇଏସ୍‌) ଏବଂ ଧର୍ମାନ୍ତରୀକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ ଉପରେ ରୋକ୍‌ ଲଗାଇବାକୁ କୋର୍ଟ ମନା କରିଦେଇଥିଲେ। ଏହା ପରେ ଆବେଦନକାରୀ ମାଡ୍ରାସ ହାଇକୋର୍ଟରେ ଫିଲ୍ମ ଉ‌ପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ହେଲେ ମାଡ୍ରାସ ହାଇକୋର୍ଟ ବି ମନା କରି ଦେଇଥିଲେ।