Odia News Portal

ମଧ୍ୟସ୍ଥି ସାଜିବା ହେଲା କାଳ, କାଠ ଫାଳିଆ ମାଡ଼ରେ ଯୁବକ ମୃତ

ଦୁଇଜଣଙ୍କ ମଧ୍ୟରେ ବିବାଦ ସମାଧାନ କରିବାକୁ ଯାଇ କାଠ ଫାଳିଆ ମାଡରେ ଯୁବକ ମୃତ।ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗର ଅଞ୍ଚଳରେ ଘଟିଛି ଏହି ଘଟଣା। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ତପନ ଦାସ ବୋଲି ଜଣାପଡିଛି। ତପନ ସ୍ଥାନୀୟ ବୁଥ୍ ର ବିଜେପି ସଭାପତି ଭାବେ କାର୍ଯ୍ୟ କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ସଞ୍ଜୟ ମଣ୍ଡଳ ନାମକ ଜଣେ ରାଜମିସ୍ତ୍ରୀ ବିଜନ ଶାହା ନାମକ ଜଣେ ଶ୍ରମିକଙ୍କ ଘରକୁ ଯାଇଥିଲେ। ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଉଭୟଙ୍କ ମଧ୍ୟରେ ସ୍ରୁଷ୍ଟି ବିବାଦକୁ ସମାଧାନ କରିବା ପାଇଁ ଘଟଣା ସ୍ଥଳକୁ ତପନ ଦାସ ଯାଇଥିଲେ। ଗଣ୍ଡଗୋଳ ବଢ଼ିବାରୁ ବିଜନ ଘଟଣାସ୍ଥଳରୁ ଖସି ପଳାଇଥିଲେ। କିନ୍ତୁ ସଞ୍ଜୟଙ୍କ ଆକ୍ରୋଶର ଶିକାର ହୋଇଥିଲେ ତପନ ଦାସ। ସଞ୍ଜୟ କ୍ରୋଧାନ୍ୱିତ ହୋଇ ତପନଙ୍କୁ ଏକ କାଠ ଫାଳିଆ ରେ ମାଡ ମାରିଥିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନଥିଲା। ପାଖରେ ପଡିଥିବା ଏକ ଇଟା ରେ ସଞ୍ଜୟ ତପନ ଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଗୁରୁତର ଅବସ୍ଥାରେ ତପନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା।କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।