କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରି ଫେରାର ଘଟଣାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଏହି ଯୁବକକୁ ବାହାର ରାଜ୍ୟରୁ ବାନ୍ଧିଛି ପୁଲିସ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୁଲିସର ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଶେଷରେ ଅଭିଯୁକ୍ତ ବଳରାମ ହୋ ଓରଫ କାବୁ (୨୮ )କୁ ପୁଲିସ ବାହାର ରାଜ୍ୟରୁ ଗୁରୁବାର ଗିରଫ କରିଥିବା ଏସଡିପିଓ କହିଛନ୍ତି ।ଏସଡିପିଓଙ୍କ କହିବା ଅନୁସାରେ, ଅଭିଯୁକ୍ତ କିଛି ମାସ ପୂର୍ବରୁ ତାମିଲନାଡୁ ପଳାଇ ଥିଲା । ପୁଲିସ ଟିମ ବାହାର ରାଜ୍ୟକୁ ଯାଇ ଅଭିଯୁକ୍ତକୁ ଗିରଫ କରିଛି ।ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା ଗାଁର ସଂଖ୍ଯାଲଘୁ ସମ୍ପ୍ରଦାୟର ଜଣେ ଯୁବକ। ଘଟଣା ପ୍ରଘଟ ହେବାପରେ ଗ୍ରାମବାସୀଙ୍କ ମଧ୍ଯରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ଯକ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଗାଁ ରେ ଥିବା ସଂଖ୍ଯଲଘୁ ସମ୍ରଦାୟର ଧର୍ମପୀଠ ଠାରେ ବ୍ଯାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ଆନନ୍ଦପୁର ଥାନା ମୁର୍ଗାଗୋଠ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଖବରପାଇ ଜିଲ୍ଲା ଏସପି, ଆନନ୍ଦପୁର ଏସଡପିଓ , ସମସ୍ତ ଥାନା ଅଧିକାରୀ ପୁଲିସ ଫୋର୍ସ ସହ ଆସି ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।ପ୍ରାୟ ୪ମାସ ତଳେ ଗାଁର ନାବାଳିକା ଭନ୍ନକ୍ଷମ ଯୁବତୀ ନାଳକୁ ଗାଧୋଇ ଯାଇଥିବା ସମୟରେ ଗାଁର ବଳରାମ ହୋ ତାଙ୍କୁ ଦୁଷ୍କର୍ମ କରିଥିଲା। ହେଲେ ଏ ସମ୍ପର୍କରେ ଭୟରେ ପରିବାର ଲୋକଙ୍କୁ ଜଣାଇନଥିଲେ ପୀଡ଼ିତା। ଗତକାଲି ନାବାଳିକା ଜଣଙ୍କ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନେଇଥିଲେ ପରିବାର ଲୋକେ। ସେହିଠାରେ ନାବାଳିକା ଜଣଙ୍କ ଗର୍ଭବତୀ ଥିବା ଜଣା ପଡିଥିଲା। ଏବେ ପୁଲିସ ଶାନ୍ତି କମିଟି ଗଠନ କରି ଗାଁରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି। ତେଣେ ଅଭିଯୁକ୍ତକୁ ଧରିବା ଲାଗି ବି ପୁଲିସ ତତ୍ପର ହୋଇଉଠିଥିଲା।
