Odia News Portal

ହାତୀ ଆକ୍ରମଣରେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଜଣେ ଗୁରୁତର । ଆଜି ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଲା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । କୁଣ୍ଢେଇଗଳା ଗାଁର ରାଜେନ୍ଦ୍ର ପ୍ରଧାନ ଆଜି ଭୋର୍ ସମୟରେ ଶୌଚ ପାଇଁ ଟିକିରା ନଦୀ ଆଡ଼କୁ ଯାଉଥିଲେ । ଗାଁ ମୁଣ୍ଡ ୫୩ ନମ୍ବର ଜାତୀୟ ରାଜପଥ ଉପରେ ହାତୀ ଦୌଡ଼ି ଆସି ଆକ୍ରମଣ କରିବା ଫଳରେ ରାଜେନ୍ଦ୍ର ତଳେ ପଡି ଯାଇଥିଲେ । ତାଙ୍କର ଛାତି, ଅଣ୍ଟା ଓ ହାତରେ ଆଘାତ ଲାଗିଥିଲା । ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକେ ତୁରନ୍ତ ଚିକିତ୍ସା ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ ।

ଗତକାଲି ସନ୍ଧ୍ୟାରେ ଏକ ୨୫ ଟିକିଆ ହାତୀପଲ ଗାଁ ମୁଣ୍ଡ ଜଙ୍ଗଲରେ ଥିଲା ବେଳେ ଏ ନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ ।  ମାତ୍ର ବନବିଭାଗର କର୍ମଚାରୀ ହାତୀପଲକୁ ଘୋଡାଇବାକୁ ସମର୍ଥ ହୋଇ ନ ଥିଲେ l ବନବିଭାଗର ଅବହେଳା ଓ ସଚେତନତା ଅଭାବ ଯୋଗୁଁ ଆଜି ଭୋରରୁ ଏହି ଅଘଟଣ ଘଟିଥିଲା ।