Odia News Portal

କାଲି  ସିବିଏସଇ ଦଶମ ରେଜଲ୍ଟ

ଭୁବନେଶ୍ୱର()  ଆସନ୍ତାକାଲି  ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବ ।  ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ କରି ସୂଚନା ଦେଇଛନ୍ତି ।  ଗତକାଲି କରୋନା ମହାମାରୀ ଭିତରେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ  ପ୍ରକାଶ ପାଇଥିଲା ।

ପ୍ରକାଶଯେ, ଚଳିତ ବର୍ଷ କୋଭିଡ-୧୯ ମହାମାରୀ ଭିତରେ ସିବିଏସଇର କିଛି ପରୀକ୍ଷା ହୋଇଥିବାବେଳେ କିଛି ସ୍ଥଗିତ ହୋଇଥିଲା । ପରବର୍ତ୍ତୀ ସମୟରେ  ଜୁଲାଇ୧ରୁ ୧୫ ଭିତରେ ପରୀକ୍ଷା ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।  ପିଲାଙ୍କ ପରୀକ୍ଷା ହୋଇଥିବା ବିଷୟରୁ ସର୍ବାଧିକ ମାର୍କକୁ ଲକ୍ଷ୍ୟ କରି ସେମାନଙ୍କ ଅନ୍ୟ ବିଷୟଗୁଡ଼ିକର  ମାର୍କ ଦିଆଯିବାକୁ ସ୍ଥିର ହୋଇଥିଲା । ସେହି ହିସାବରେ ସେମାନଙ୍କୁ ମାର୍କ ଦିଆଯାଇଛି ।

ଅନ୍ୟପକ୍ଷରେ ଏ ବର୍ଷ କରୋନା ପାଇଁ ସିବିଏସଇ ପକ୍ଷରୁ ଡିଜିଟାଲ ପାସ ସାର୍ଟିଫିକେଟ, ମାର୍କସିଟ ଓ ମାଇଗ୍ରେସନ ଦିଆଯିବ ।