Odia News Portal

ପ୍ରବଳ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ

ବୁଡ଼ିଲା ୟୁଏଇ । ପ୍ରବଳ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି । ଆଜି ସକାଳୁ ସକାଳୁ ଦୁବାଇ ଏବଂ ଆବୁଧାବି ଭଳି ପ୍ରମୁଖ ଅଞ୍ଚଳ ସମେତ ୟୁଏଇର କିଛି ଅଂଶରେ ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଗୁଡ଼ିକ ଜଳମଗ୍ନ ହୋଇଥିଲା । ପାଣି ଛିଡା ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଗାଡ଼ି ଚଳାଚଳ ଏକପ୍ରକାର ଠପ ହୋଇଛି । ବନ୍ୟା ପାଣି ଲୋକଙ୍କୁ ଘର ଭିତରେ ପଶିଛି । କିଛି ସ୍ଥାନରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା । ଯାହା ଫଳରେ ଜଳ ପାଇଁ ଜନଜୀବନ ଏକଦମ ବନ୍ଦ ହୋଇପଡିଥିଲା । ମଧ୍ୟପ୍ରାଚ୍ୟ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସମସ୍ତଙ୍କୁ ଚକିତ କରିଛି । ଯେଉଁଠାରେ କ୍ୱଚିତ୍ ବର୍ଷା ହୁଏ ଏବେ ଏତେ ପରିମାଣରେ ବର୍ଷା ସ୍ଥିତିକୁ ବେହାଲ କରିଛି । ଦେଶ ଯେତେବେଳେ ବଡ଼ ଦିନ ଛୁଟି ପାଇଁ ପ୍ରସ୍ତୁତ ହେଉଛି ସେହି ସମୟରେ ବନ୍ୟା ଚିନ୍ତା ସୃଷ୍ଟି କରିଛି ।ତେବେ ଗୁରୁବାର ବିଳମ୍ବିତ ରାତିରେ ଦୁବାଇରେ ପ୍ରବଳ ବର୍ଷା ହୋଇଥିଲା, ତା’ପରେ ରାଜଧାନୀ ଆବୁଧାବିରେ ରାତିସାରା ଝଡ଼ ହୋଇଥିଲା। ଶୁକ୍ରବାର ସକାଳ ସୁଦ୍ଧା ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇଥିବା ସୂଚନା ମିଳିଛି । ବନ୍ୟା ପାଇଁ ଅନେକ ବିମାନ ବାତିଲ କରାଯାଇଛି । ରାସ୍ତାରେ ପାଣି ଜମିଥିବାରୁ ଜନଜୀବନ ଠପ୍ ହୋଇଛି ।