Odia News Portal

ପ୍ରଦୀପ ସିଂହ ଆଇଏଏସ ଟପ୍ପର

ଭୁବନେଶ୍ୱର()  ଆଜି ପ୍ରକାଶ ପାଇଛି ୟୁନିଅନ ପବ୍ଲିକ ସର୍ଭିସ ପରୀକ୍ଷା ଫଳ । ଏଥିରେ ପ୍ରଦୀପ ସିଂହ ଆଇଏଏସ ଟପ୍ପର ହୋଇଥିବା ଜଣାଯାଇଛି ।  ସେହିପରି ଯତୀନ କିଶୋର ଦ୍ୱିତୀୟ ଓ ପ୍ରତିଭା ବର୍ମା ତୃତୀୟ ସ୍ଥାନରେ ଅଛନ୍ତି ।  ମୋଟ ୮୨୯ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ।  ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ର୍ୟାଙ୍କ ମିଳିଥିବାବେଳେ  ସଞ୍ଜିତା ମହାପାତ୍ରଙ୍କୁ ଦଶମ ର୍ୟାଙ୍କ ମିଳିଛି ।    ସେହିପରି ଓଡ଼ିଶାର ଅଂଶୁମାନ ରାଜଙ୍କୁ ୧୦୭ ର୍ୟାଙ୍କ ମିଳିଥିବାବେଳେ ଅନୁପ ଦାସଙ୍କୁ ୧୨୦ ର୍ୟାଙ୍କ ମିଳିଛି ।  ଏହାଛଡ଼ା ଶୈଳଜା ଦାସ ୧୯୦ ଓ ରାହୁଲ ମିଶ୍ର ୨୦୨ ର୍ୟାଙ୍କାରେ ଥିବା ଜଣାଯାଇଛି ।

ସେହିପରି ହେମା ନାୟକ-୨୨୫, ଆରୁଷି ମିଶ୍ର ୨୨୯,  ଆଶିଷ ଦାସ-୨୯୧, ଅଙ୍କିତ ଶଙ୍କର ମିଶ୍ର-୨୯୪, ସୋନାଲି ମିଶ୍ର -୩୦୦, ଦିବ୍ୟା ମିଶ୍ର-୩୧୨, ଅର୍ଘ୍ୟ ପଟ୍ଟନାୟକ -୩୬୧ ଓ ଜୁବିନ ମହାପାତ୍ର -୩୭୯ ର୍ୟାଙ୍କ ପାଇଛନ୍ତି ।

ଏହାଛଡ଼ା ସମୀର କୁମାର ଜେନା-୪୪୧, ମାନସ ରଞ୍ଜନ ସାହୁ-୫୬୬,  ଶିବମ ମିଶ୍ର-୭୧୨ ଓ ଓମ ପ୍ରସାଦ ମହାନ୍ତି-୭୧୫ ର୍ୟାଙ୍କ ପାଇଛନ୍ତି ।