Odia News Portal

ପଶ୍ଚିମବଙ୍ଗରେ ‘ଖେଲା ହୋବେ’ ଯୋଜନା

କୋଲକାତା: ନିକଟରେ ଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ‘ଖୋଲା ହୋବେ’ ନାରା ଦେଇ ନିର୍ବାଚନ ଲଢ଼ିଥିଲେ । ସମଗ୍ର ଦେଶରେ ବିଜେପି ଳଡର ଥିବାବେଳେ ପଶ୍ଚିମବଙ୍ଗରେ ଖେଳ କରିଥିଲେ ମମତା । ତେବେ ଏହି ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ବୈତରଣୀ ପାର ହୋଇଥିବା ମମତା ଏବେ ରାଜ୍ୟରେ ଏହି ନାମରେ ଏକ ଯୋଜନା ଘୋଷଣା କରିଛନ୍ତି ।

ରାଜ୍ୟରେ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଏଭଳି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଶ୍ଚିମବଙ୍ଗରେ ରେଜିଷ୍ଟ୍ରସନ ହୋଇଥିବା କ୍ଳବ ମାନଙ୍କୁ ମାଗଣାରେ ଫୁଟବଲ ଯୋଗାଯିବ ଏହି ଯୋଜନା ମାଧ୍ୟମରେ । ‘ଖେଲା ହୋବେ’ ଯୋଜନା ଆଧାରରେ ରାଜ୍ୟରେ କ୍ରୀଡାର ବିକାଶ ଏବଂ ଫୁଟବଲ ଖେଳିବା ପାଇଁ ଯୁବ ବର୍ଗ ଓ ଛାତ୍ର-ଛାତ୍ରୀଙ୍କୁ ପ୍ରୋତ୍ସାହନ ଦିଆଯିବ । ଏଥିପାଇଁ ପଞ୍ଜୀକୃତ କ୍ଲବଗୁଡିକୁ ଫୁଟବଲ ଯୋଗାଇ ଦିଆଯିବାକୁ ନିଷ୍ପତି ହୋଇଛି । ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ପଞ୍ଜୀକୃତ କ୍ଲବଗୁଡିକୁ ଫୁଟବଲ୍ ଦିଆଯିବ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନୀ ପ୍ରଚାର କ୍ୟାମ୍ପନିଂ ସମୟରେ ସ୍କୁଲ ଛାତ୍ର-ଛାତ୍ରୀ ଏବଂ କ୍ଲବଗୁଡିକୁ ଫୁଟବଲ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜୋଇ ବ୍ରାଣ୍ଡର ୫୦ ହଜାର ଫୁଟବଲ୍ କ୍ଲବଗୁଡିକୁ ଦିଆଯିବ ବୋଲି ମମତା ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ଖେଲା ହୋବେ ନାରା ଖୁବ୍ ଚର୍ଚ୍ଚାରେ ରହିଥିଲା । ଟିଏମସିର ନିର୍ବାଚନୀ ସଭାରେ ଏହି ନାରା ଖୁବ୍ ଶୁଣିବାକୁ ମିଳିଥିଲା ।