Odia News Portal

‘ନିର୍ଭୟା’ ଦୋଷୀଙ୍କ ଶେଷ ଇଚ୍ଛା କ’ଣ ଥିଲା ଜାଣନ୍ତୁ …

ନୂଆଦିଲ୍ଲୀ() ଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଦୋଷୀ ଅକ୍ଷୟ ଠାକୁର, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଫାଶୀ ଦିଆଯାଇଛି। ପୂର୍ବରୁ ତିନି ଥର ସେ ଫାଶୀକୁ ରୋକିବାରେ ସଫଳ ହୋଇଥିଲେ ହେଁ, ଏଥର ଆଉ ପାରି ନଥିଲେ। ତାଙ୍କ ଆବେଦନର ଶୁଣାଣି କରିବାକୁ ଗତକାଲି ରାତିରେ ସୁପ୍ରିମ୍‌କୋର୍ଟ ବସିଥିଲା। ତେବେ ତାଙ୍କ ଯୁକ୍ତିକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।

ମୁକେଶ ଓ ବିନୟ ରାତ୍ରଭୋଜନ କରିଥିଲେ। କିନ୍ତୁ ପୱନ ଓ ଅକ୍ଷୟ ରାତ୍ରଭୋଜନ କରି ନଥିଲେ। ପୃଥକ ପୃଥକ ସେଲ୍‌ରେ ଥିବା ଏହି ଚାରି ଜଣଙ୍କୁ ଆଜି ଭୋର ପ୍ରାୟ ୪ଟା ବେଳକୁ ଗାଧୋଇ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ତା’ସହିତ ସେମାନଙ୍କୁ ପ୍ରାର୍ଥନା କରିବାକୁ କୁହାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କେହି ପ୍ରାର୍ଥନା କରି ନଥିବା ବେଳେ ବିନୟ କାନ୍ଦିଥିଲା ଓ ଭୁଲ୍ ମାଗିଥିଲା। ସେମାନଙ୍କୁ ଚା’ ଓ ଜଳଖିଆ ଯଚା ଯାଇଥିଲା। ତେବେ କେହି ଗ୍ରହଣ କରି ନଥିଲେ। ସେମାନଙ୍କୁ ଶେଷ ଇଚ୍ଛା ପ୍ରକାଶ କରିବାକୁ କୁହାଯାଇଥିଲା। ହେଲେ କେହି ସେମାନଙ୍କ ଶେଷ ଇଚ୍ଛା କହି ନଥିଲେ।

‘ଇଣ୍ଡିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଫାଶୀ ପରେ ତିହାର ଜେଲ୍ ଡିଜି କହିଥିଲେ ଯେ ଆଜି ସକାଳେ ଫାଶୀ ପୂର୍ବରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଦୋଷୀମାନେ କୌଣସି ପ୍ରକାର ଶେଷ ଇଚ୍ଛା ପ୍ରକାଶ କରି ନଥିଲେ।