Odia News Portal

୮ଟି କ୍ଷେତ୍ର ରେ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ()  ଆର୍ଥିକ ପ୍ୟାକେଜ ନେଇ ଅଜି ଚତୁର୍ଥ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ବିଭିନ୍ନ ସେକ୍ଟର ଏବେ ଆହ୍ୱାନକୁ ସାମ୍ନା କରୁଛନ୍ତି । ପ୍ରତିଯୋଗିତା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଡିବିଟି, ଜିଏସଟି ଦେଶ ପାଇଁ ଉପଯୋଗୀ । ନିବେଶ ପାଇଁ ଭାରତ ପ୍ରଥମ ପସନ୍ଦ ବୋଲି ସୀତାରମଣ କହିଛନ୍ତି । ଭିତ୍ତିଭୂମିରେ ସୁଧାର ଆଣିବା ଆମ ଲକ୍ଷ୍ୟ ରହିଛି । କିଛି କ୍ଷେତ୍ରର ଉନ୍ନତି ପାଇଁ ନୀତିଗତ ପରିବର୍ତ୍ତନରେ ଆବଶ୍ୟକ ରହିଛି । ସରକାରଙ୍କ ଫୋକସ ଇଜ ଅଫ ଡୁଇଙ୍ଗ ବିଜେନେସ ଉପରେ ରହିଛି । ଆଜି ୮ଟି କ୍ଷେତ୍ର ରେ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନକୁ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଉଛି କୋଇଲା, ଖଣିଜ ଦ୍ରବ୍ୟ, ପ୍ରତିରକ୍ଷା ଉତ୍ପାଦନ, ବିମାନବନ୍ଦର, ଶକ୍ତିବଣ୍ଟନ, ମହାକାଶ ଗବେଷଣା, ଆଣବିକ ଶକ୍ତି କ୍ଷେତ୍ର ପାଇଁ ମଧ୍ୟ ଘୋଷଣା ହୋଇଛି । ପରିଚାଳନା, ମରାମତି ଓ ସାମଗ୍ରିକ ପରିଚାଳନା କ୍ଷେତ୍ରକୁ ବି ଗୁରୁତ୍ୱ ଦିଆଯାଇଛି ।
୫ଲକ୍ଷ ହେକ୍ଟରରେ ୩୩୭୫ ଏସଇଜେଡ଼ ପ୍ରସ୍ତୁତ କରାଯିବ । ନିବେଶକଙ୍କ ଜମି ପ୍ରଦାନ କରିବା ନେଇ ଜୋର ଦିଆଯିବ ।
କୋଇଲା କ୍ଷେତ୍ର-କୋଇଲା କ୍ଷେତ୍ରରେ କମର୍ସିଆଲ ମାଇନିଂ ହେବଏବଂ ସ୍ୱଚ୍ଛତାକୁ ଗୁରୁତି୍ବ ଦିଆଯିବ । କୋଇଲା ଉତ୍ପାଦନ କ୍ଷେତ୍ରରେ ୫୦ହଜାର କୋଟି ଖର୍ଚ୍ଚ ଯୋଜନା କରାଯାଇଛି । ଟନ୍ ପିଛା ଦର ପରିବର୍ତ୍ତେ ଲାଗୁ ହେବ ବଣ୍ଟନ ଯୋଜନା । ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ନିୟମ କୋହଳ ହେବ । ଉଚିତ ମୂଲ୍ୟରେ ଅଧିକ କୋଇଲା ମିଳିବ । ବିଶ୍ୱର ୩ଟି କୋଇଲା ଭଣ୍ଡାର ଦେଶ ଭିତରେ ଭାରତ ରହିଛି । କୋଇଲା ଖଣିର ଖୋଲା ନିଲାମୀ କରାଯିବ । ୫୦ନୂଆ କୋଲ ବ୍ଲକର ନିଲାମୀ କରାଯିବ ।ଯେକୌଣସି ସଂସ୍ଥା କୋଇଲା ଉତ୍ତୋଳନ କରି ବିକ୍ରି କରିପାରିବେ । କୋଇଲା ଗ୍ୟାସୀୟକରଣ ଓ ତରଳୀକରଣକୁ ପ୍ରୋତ୍ସାହନ ଦିଆଯିବ ।
ମିନେରାଲ୍ସ ମାଇନିଂ- ଖଣିଜ ପଦାର୍ଥ କ୍ଷେତ୍ରର ବିକାଶ ହେବ । ୫୦୦ମାଇନିଂ ବ୍ଳକର ନିଲାମୀ କରାଯିବ । ମାଇନିଂ ଲକ୍ଟକ୍ସର ଟ୍ରାନ୍ସଫର ହୋଇପାରିବ । ବକସାଇଟ ଓ କୋଲ ମିନେରାଲ ବ୍ଲକର ନିଲାମୀ ଉପରେ ଗୁରୁତ୍ୱ ଦିଆଯାଇଛି ।
ପ୍ରତିରକ୍ଷା କ୍ଷେତ୍ର- ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ବୋଲି ସେ କହିଛନ୍ତି । ପ୍ରତିରକ୍ଷା ଉପକରଣ ଉତ୍ପାଦନରେ ମେକ ଇନ ଇଣ୍ଡିଆକୁ ଗୁରୁତ୍ୱ ଦିଆଯାଇଛି । ସେନାକୁ ଆଧୁନିକ ଅସ୍ତଶସ୍ତ୍ର ଆବଶ୍ୟକ ରହିଛି । ରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଉପକରଣ ପାଇଁ ଅଲଗା ବଜେଟ ରହିଛି । ଅର୍ଡ଼ିନାନ୍ସ ଫ୍ୟକ୍ଟ୍ରି, ବୋର୍ଡ଼କୁ କର୍ପୋରେଟ ଢ଼ାଞ୍ଚାରେ ପରିବର୍ତ୍ତନ କରାଯିବ । ବିଦେଶୀ ପୁଞ୍ଜି ନିବେଶ ସୀମା ୪୯% ରୁ ୭୪% କୁ ବୃଦ୍ଧି ପାଇଛି । ଆର୍ଡ଼ିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ଼କୁ ସେୟାର ବଜାରରେ ସାମିଲ ହେବ ।
ବିମାନବନ୍ଦର- ଦେଶର ଏୟାର ସ୍ପେଶକୁ ବୃଦ୍ଧି କରାଯିବ । ଏବେ ଦେଶର ୬୦ପ୍ରତିଶତ ଏୟାର ସ୍ପେଶ୍ ଖୋଲା ରହିଛି । ୬ଟି ବିମାନବନ୍ଦରରେ ବିକାଶ କରାଯିବ । ପିପିପି ମୋଡ଼ରେ ଏହି ବିକାଶ କାମ କରାଯିବ । ଏୟାର ସ୍ପେଶ୍ ବଢ଼ାଇଲେ ୧ହଜାର କୋଟି ବଞ୍ଚିବ । ଏୟାର ସ୍ପେଶ୍ ବଢ଼ାଇଲେ ୧ହଜାର କୋଟି ବଞ୍ଚିବ । ୧୨ବିମାନବନ୍ଦରରେ ୧୩ହଜାର କୋଟି ନିବେଶ ପାଇଁ ଯୋଜନା ରହିଛି ।
ଶକ୍ତିବଣ୍ଟନ-ବିଜୁଳି କ୍ଷେତ୍ରରେ ସବସିଡ଼ି ଡିବିଡ଼ି ଆକରରେ ମିଳିବ । କେନ୍ଦ୍ର ଶାସିତ ଅଞ୍ଚଳରେ ବିଦ୍ୟୁତ କମ୍ପାନୀ ଗୁଡ଼ିକର ଘରୋଇ କରଣ ହେବ ।