Odia News Portal

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଦେଶବାସୀଙ୍କ ମାଗଣାରେ କରୋନା ଟିକା ଦେବାକୁ ମୋଦୀ ଆଜି ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାରଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି ।

ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା କେନ୍ଦ୍ର ଯୋଗାଇବ । ଟିକା ପାଇଁ କୌଣସି ରାଜ୍ୟ ସରକାରଙ୍କୁ କିଛି ବି ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ଉତ୍ପାଦିତ ଟୀକାର ୭୫ ପ୍ରତିଶତ ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇବ ।
ଯେଉଁ ଲୋକମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ । ଟଙ୍କା ଦେଇ ଘରୋଇ ହସପିଟାଲରୁ ଲୋକ ଟିକା ନେଇପାରିବେ । ଘରୋଇ ହସ୍ପିଟାଲ ସର୍ବାଧିକ ୧୫୦ ଟଙ୍କା ହିଁ ସର୍ଭିସ ଚାର୍ଜ ନେଇପାରିବେ । ଘରୋଇ ହସ୍ପିଟାଲର ଟିକାକରଣ ଉପରେ ରାଜ୍ୟ ନଜର ରଖିବ ।