Odia News Portal

ଭୂପେଶ ବାଘେଲ୍‌ଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ପଦ

ତିନି ତିନି ଜଣ ଦାବିଦାରଙ୍କୁ ପଛରେ ପକାଇ ଛତିଶଗଡ଼ ପ୍ରଦେଶ କଂଗ୍ରେସ ମୁଖ୍ୟ ଭୂପେଶ ବାଘେଲ୍‌ଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ପଦ। ତାଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁ ହିଁ ବିଜେପି ନିଜ ଗଡ଼ରେ ଶୋଚନୀୟ ପରାଜୟ ବରଣ କରିଥିବାରୁ ସେ ଏଭଳି ପୁରସ୍କାର ପାଇଥିବା ଚର୍ଚ୍ଚା ହେଉଛି। ସେ ତାଙ୍କର ଅନ୍ୟ ଦୁଇ କଂଗ୍ରେସ ସାଥୀ ତଥା ଯଥାକ୍ରମେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ କମଲ ନାଥଙ୍କ ସହିତ ଆସନ୍ତାକାଲି ଗୋଟିଏ ଦିନରେ ଶପଥ ନେବେ।