Odia News Portal

ଅଖା ବସ୍ତା ଭିତରୁ ମିଳିଲା ୫ ନର କଙ୍କାଳ

ରାଜଧାନୀରେ ଚାଞ୍ଚଲ୍ୟ। ମଞ୍ଚେଶ୍ଵର ଥାନା ଅଞ୍ଚଳରୁ ଅଖା ବସ୍ତା ଭିତରୁ ମିଳିଲା କଙ୍କାଳ। ବସ୍ତା ଭିତରୁ ୫ଟି କଙ୍କାଳ ଉଦ୍ଧାର ହୋଇଛି। ତେବେ ଏହି ନର କଙ୍କାଳକୁ ନେଇ ସନ୍ଦେହ ବଢିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

ମାନସ ସ୍ଵାଇଁ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ କାର୍ ଜବତ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍ ଭୁବନେଶ୍ଵରରୁ ଜବତ। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଅଫିସ ପାର୍କିଂରୁ ଏହି କାର୍‌କୁ ଠାବ କରିଛି ପୋଲିସ । ହେଲେ ଏବେବି ଫେରାର୍

ରାଜ୍ୟରେ ଆହୁରି କଲବଲ କରିବ ତାତି, ୪୧ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ

ରାଜ୍ୟରେ ଆହୁରି କଲବଲ କରିବ ତାତି। ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ବଢିବ ପାରଦ । ବିଶେଷକରି ଆଭ୍ୟନ୍ତରୀଣ ଡ଼ିଶାରେ ୪୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ୨ଡିଗ୍ରୀ ତାପମାତ୍ରା ବଢିପାରେ। ପଶ୍ଚିମ ଓଡ଼ିଶାରେ ପାରା

ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ, ସ୍ଥାୟୀ ନିଯୁକ୍ତି ଦାବି

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ । ଅନୁଗୁଳ ଜିଲ୍ଲା ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ କରିଛନ୍ତି । ଦୀର୍ଘ ୧୪ ବର୍ଷ ହେଲା ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ରେଳରୋକ

ସରିଲା ପ୍ରଚାର,ଭୋଟ୍‌ କାଲି

ଦୀର୍ଘ ୧୨ଦିନ ଧରି ଚାଲିଥିବା ପ୍ରଚାର ସରିଛି । ଥମିଯାଇଛି ରାଲି, ପଦଯାତ୍ରା, ହୋହଲ୍ଲା, ନାରାବାଜି । ଗୁରୁବାର ଭୋଟ । ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ଟେନସନ ସେତେ ବଢ଼ି ଚାଲିଛି । ମଙ୍ଗଳବାର ସନ୍ଧ୍ୟାରୁ ପ୍ରଚାର ସରିଥିଲେ ହେଁ ଆରମ୍ଭ ହୋଇଯାଇଛି ଅସଲ ଖେଳ । ସବୁ ଜଗିଛନ୍ତି ନିଜ

ଖୋର୍ଦ୍ଧା ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଆଜିଠୁ ୨ ଦିନ ଛୁଟି ଘୋଷଣା

ଖୋର୍ଦ୍ଧା ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ଆଜି ଓ ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସୂଚନାଥାଉକି, ଆସନ୍ତାକାଲି ପୌର ନିର୍ବାଚନ ପାଇଁ ମତଦାନ ହେବ ।

ବର୍ଷା ଏବଂ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ

ରାଜ୍ୟର ୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଏବଂ ବଜ୍ରପାତ ନେଇ ଆଲର୍ଟ ଜାରି କରାଯାଇଛି । ତିନି ଜିଲ୍ଲା ହେଉଛି ଅନୁଗୁଳ, ଢେଙ୍କାନାଳ ଏବଂ ବୌଦ୍ଧ । ଏହି ତିନିଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ

ତୈଳଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା

ତୈଳଦର ବୃଦ୍ଧି ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜି ସାଧାରଣ ଲୋକଙ୍କୁ ଆଜି ଡବଲ୍ ଝଟକା ଲାଗିଛି| ପେଟ୍ରୋଲ ଏବଂ ଡିଜେଲ ସହିତ ଦେଶରେ ଘରୋଇ ଏଲପିଜି ସିଲିଣ୍ଡର

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ ଓ ଆଜମ ଖାନ

ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଅଖିଳେଶଙ୍କ ସହ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟ ନେତା ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଅଖିଳେଶ ଯାଦବ

ମାନସ ସ୍ବାଇଁ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାର ଭାଇ ପରମେଶ୍ବରକୁ ଗିରଫକଲା ପୋଲିସ

କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣାରେ ଗୋଟିଏ ପ​‌ରେ ଗୋଟିଏ ଖିଅ ବାହାର କରୁଛି ପୋଲିସ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଓ୍ବେବ୍‌ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଫେରାର ଅଛି । ତେବେ ଚାନ୍ଦବାଲି ପୋଲିସ ଏବେ ତାର ଭାଇ ପରମେଶ୍ବରକୁ ଗିରଫ କରିଥିବା ଜଣାପଡିଛି ।