Odia News Portal

ଆହୁରି ୨ ଦିନ ଛଟପଟ କରିବ ଅସହ୍ୟ ତାତି

ସାରା ରାଜ୍ୟରେ ଅଗ୍ନି ବର୍ଷା । ରାଜ୍ୟରେ ତାତି ଆଜି ମଧ୍ୟ ୪୦ ଡିଗ୍ରୀ ସେଲସିୟସ ପାର୍ କରିଛି । ତିନୋଟି ସହର ୪୦ ଉପରେ ରହିଛି । ବଲାଙ୍ଗୀରରେ ସର୍ବାଧିକ ୪୦ ଦଶମିକ ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆହୁରି ଦୁଇ ଦିନ ତାତି ବଢିବ । ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୯

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣା: ୨୪ ଘଣ୍ଟା ପରେ ବି ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପୂର୍ବତନ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ପୋଲିସ ହାତ ଖାଲି। କାଳିଆଙ୍କୁ ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି। ଚିହ୍ନଟ ହୋଇପାରିନାହାଁନ୍ତି ଅପରାଧୀ। କାଳିଆଙ୍କ ଭାଇ ନରସିଂହ

ଭାରତୀୟ ରାଜନୀତିରେ ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକର ହସ୍ତକ୍ଷେପ ଶେଷ କରିବାକୁ ସୋନିଆଙ୍କ ଦାବି

ନିର୍ବାଚନୀ ରାଜନୀତିରେ ସୋସିଆଲ ମିଡିଆ କମ୍ପାନୀଗୁଡିକର ଯୋଜନାବଦ୍ଧ ପ୍ରଭାବ ଓ ହସ୍ତକ୍ଷେପ ଗଣତନ୍ତ୍ର ପ୍ରତି ବିପଦ ବୋଲି କହି ଏହାକୁ ଶେଷ କରିବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦାବି କରିଛନ୍ତି । ଲୋକସଭାରେ ପ୍ରଶ୍ନକାଳ ସମୟରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ । କିଛି

ୟୁକ୍ରେନ ଯୁଦ୍ଧରେ ୧୦୩ ଶିଶୁଙ୍କ ମୃତ୍ୟୁ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୨୧ ଦିନରେ ପହଞ୍ଚିଛି । କିନ୍ତୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ | ସେପଟେ କିଭ୍ ରେ ୨୪ ଘଣ୍ଟିଆ ଲକଡାଉନ୍ ଲଗାଯାଇଛି। କାହାକୁ ରାସ୍ତାରେ ଆସିବାକୁ ଅନୁମତି ନାହିଁ | ରାତିସାରା ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା । ବୁଧବାର

ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ

ଆଜିଠୁ ପଞ୍ଜାବ ରାଜନୀତିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ । ଭଗୱନ୍ତ ମାନ୍ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ବନଓ୍ବାରୀ ଲାଲ୍ ପୁରୋହିତ ଏହି ଶପଥ ଗ୍ରହଣ କରାଇଛନ୍ତି । ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍ ଶପଥ ଗ୍ରହଣ

ମୋଡ ବଦଳେଇପାରେ ଋଷିଆ-ୟୁକ୍ରେନ ଯୁଦ୍ଧ

ଋଷିଆ-ୟୁକ୍ରେନ ଯୁଦ୍ଧରେ ଆସିପାରେ ନୂଆମୋଡ । ଋଷିଆର ପ୍ରଚଣ୍ଡ ମିଜାଇଲ୍ ଆକ୍ରମଣ ସତ୍ତ୍ବେ ହାର୍ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଜେଲେନସ୍କି । ୟୁକ୍ରେନର ଅନେକ ସହର ଧ୍ବଂସ କରିବା ପରେ ବି ଋଷିଆକୁ ପ୍ରତିରୋଧ କରିବା ପାଇଁ ବଳ ଜୁଟାଉଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଗତ ସପ୍ତାହରେ

ରାଜଧାନୀରେ ଗୁଳିକାଣ୍ଡ ଓ ଲୁଟ

ଆସିଲେ, ଫୁଟେଇଲେ ,ଲୁଟିଲେ । ଦିନ୍ଦ୍ରୀପ୍ରହରେ ରାଜଧାନୀ ଉପକଣ୍ଠରେ ଲୁଟ । ବାଇକରେ ୨ଜଣ ଲୁଟେରା ଆସି ସାଗରିକା ସୁନା ଦୋକାନରୁ ଲୁଟିଲେ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୂଟ । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।

ଓଡିଶାକୁ ନାହିଁ ବାତ୍ୟା ପ୍ରଭାବ

୨୩ ସଂଧ୍ୟାରେ ବାତ୍ୟା ବାଂଲାଦେଶ ଉପକୂଳ ଛୁଇଁବ । କାଲି ସଂଧ୍ୟାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୧୯ ସୁଦ୍ଧା ଆଣ୍ଡାମାନ ସାଗରରେ ୱେଲମାର୍କ ଲୋ-ପ୍ରେସର ରୂପ ନେବ । କାଳକ୍ରମେ ଦିଗ ବଦଳାଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ୨୦ରେ ଅବପାତ ଓ ୨୧ରେ ବାତ୍ୟାର

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି,ଆଉ ୬ ଜଣ ଅଧିକାରୀଙ୍କୁ…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି। ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ଏମାନଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ପୋଲିସ ଇନ୍‌ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ

ଆସୁଛି ହୋଲି,ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ

ଆଉ ୩ଦିନ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଏଥର ଜମିବ ରଙ୍ଗ ଖେଳ । କୋଭିଡ୍‌ ଭୟ ପ୍ରାୟତଃ ନାହିଁ । କଟକଣା ବି ନାହିଁ । ଦୁଇ ବର୍ଷ ପରେ ବାହାରେ ହୋଲି ଖେଳିବା ପାଇଁ ସୁଯୋଗ ମିଳିଛି। ଲୋକେ ଏହାକୁ ନେଇ ବେଶ୍‌ ଉତ୍ସାହିତ ।ବଜାରରେ ବି ରଙ୍ଗ ପସରା ମେଲିଛି । ଭଲ ବିକ୍ରି ହେଉଛି