Odia News Portal

ୟୁକ୍ରେନକୁ ସହାୟତାର ହାତ ବଢାଇଲା ବ୍ରିଟେନ

ଏକ ମାସ ହେବା ଲାଗିରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ। ପୁଟିନ ହଟୁନାହାନ୍ତି କି ଜେଲେନସ୍କି ମଧ୍ୟ ଟଳୁ ନାହାନ୍ତି। ୟୁକ୍ରେନ ନିଜର ଅନେକ ସହର ହରାଇଥିବା ବେଳେ ୟୁକ୍ରେନକୁ ବର୍ତ୍ତମାନ ସହାୟତାର ହାତ ବଢ଼ାଇଛି ବ୍ରିଟେନ। ପ୍ରାୟ ୬ ହଜାର କ୍ଷେପଣାସ୍ତ୍ର ଏବଂ ଆର୍ଥିକ ସହାୟତା ପଠାଇବେ ବ୍ରିଟିଶ…

ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ପାକିସ୍ତାନରେ ଘନଉଛି ରାଜନୈତିକ ସଙ୍କଟ। ବିରୋଧୀଙ୍କ ଚାପରେ ଇସ୍ତଫା ଦେବେନି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତାରେ ଏନେଇ ସ୍ପଷ୍ଟ କରିଛନ୍ତି। ବିରୋଧୀଙ୍କୁ ଡକାୟତଙ୍କ ଦଳ କହିବା ସହ ଗତ ୩୦ବର୍ଷ ଧରି ଦେଶକୁ ଲୁଟିଛନ୍ତି ବୋଲି କହିଛନ୍ତି। ଆସନ୍ତାକାଲି…

ମାନସ ସ୍ବାଇଁ ହତ୍ୟା ଘଟଣା : ଚାନ୍ଦବାଲି ଥାନାରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଟିମ୍

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ଚାନ୍ଦବାଲି ଥାନରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ…

ରାଜନୈତିକ ହିଂସା : ବୁଥରେ ଉତ୍ତେଜନା, ଆକ୍ରମଣରେ ଏଜେଣ୍ଟ ଆହତ

ପିପିଲି ପୌର ନିର୍ବାଚନରେ ରାଜନୈତିକ ହିଂସା।। ପିପିଲି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ବେଳେ ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ। ଏଥିରେ ଏଜେଣ୍ଟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପିପିଲି ପୌର ନିର୍ବାଚନର ୭ ନମ୍ବର ୱାର୍ଡର ୯ ନମ୍ବର ବୁଥରେ ଏଜେଣ୍ଟଙ୍କୁ ଆକ୍ରମଣ…

ନୂଆ କ୍ୟାପଟେନ ଜାଡେଜା

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡିଲେ ଧୋନୀ । ଆଇପିଏଲ ଆରମ୍ଭରୁ ମହେନ୍ଦ୍ର ସିଂ ଧୋନୀ ସିଏସକେର ଅଧିନାୟକ ଭାବେ ରହି ଆସିଥିଲେ । ତେବେ ଧୋନୀ ପଦ ଛାଡିବା ପରେ ରବୀନ୍ଦ୍ର ଜାଡେଜାଙ୍କୁ ସିଏସକେର କ୍ୟାପଟେନ ଭାବେ ଦାୟିତ୍ବ ଦିଆଯାଇଛି ।

ଯୁବକଙ୍କୁ ଛୁରା ମାଡ଼, ମତଦାନକୁ ନେଇ ବଚସା ପରେ ଆକ୍ରମଣ

ବୁଥ୍ ସାମ୍ନାରେ ଯୁବକଙ୍କୁ ଛୁରା ମାଡ଼। ଏଭଳି ଅଘଟଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର NAC ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ। ୧୬ ନମ୍ବର ବୁଥ୍ ସାମ୍ନାରେ ହିଁ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି। ଭୋଟ୍ ଦେବାକୁ ନେଇ ବଚସା ପରେ ଯୁବକଙ୍କୁ ଏଭଳି ଛୁରା ମାଡ଼…

ଆଜି ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ବାଲୁକା କଳା

ଆଜି ଯକ୍ଷ୍ମା ଦିବସ । ଏହି ଯକ୍ଷ୍ମା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଯକ୍ଷ୍ମା ରୋଗ ସମ୍ପର୍କରେ ସଚେତନତାର ବାର୍ତ୍ତା ଦେଇଛନ୍ତି। ଦେଶ ବ୍ୟାପି ଯକ୍ଷ୍ମାରୋଗକୁ ସମ୍ପୂର୍ଣ ହଟାଇବା ପାଇଁ ସ୍ୱତନ୍ତ୍ର…

ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ

ଚାଲିଛି ପୌର ଭୋଟ । ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ପୋଲିଂ ହୋଇଛି । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ମତଦାନ ଜାରି ରହିଛି । ଏସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ଚାଲିଛି। ସକାଳ ୮ଟାରୁ ଭୋଟଦାନ…

ପୌର ନିର୍ବାଚନ ପାଇଁ , ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ

ଆରମ୍ଭ ହେଲା ପୌର ନିର୍ବାଚନ ପାଇଁ ଭୋଟିଂ । ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ । ୪ ହଜାର ୩୭୩ ବୁଥରେ ମତଦାନ ସାବ୍ୟସ୍ତ…

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଳାସପଲ୍ଲୀ ୟୁପି ସ୍କୁଲରେ ହୋଇଥିବା ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ଼ରେ ୫୪୪ ନମ୍ବର ବୁଥରେ ଭୋଟ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।…