Odia News Portal

ୟୁଟ୍ୟୁବରେ ପାଠ ପଢ଼ିବେ +୨ ଛାତ୍ର ଛାତ୍ରୀ

ଭୁବନେଶ୍ୱର: ୟୁଟ୍ୟୁବ୍ରେ ପାଠ ପଢିବେ ଏକାଦଶ ଓ ଦ୍ଵାଦଶ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢା ଯାଉଥିଲା। ଏହା ସଫଳ ହେବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବ୍ରେ ପାଠ ପଢାଯିବା ପାଇଁ ନିଷ୍ପତ୍ତି ନେବାକୁ ଯାଉଛି ଗଣଶିକ୍ଷା ବିଭାଗ। ଯେଉଁ…

ଶଶି ଥରୁରଙ୍କୁ ମିଳିଲା ମୁକ୍ତି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ଅଦାଲତ ବୁଧବାର ଦିନ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କିତ ଏକ ମାମଲାରୁ ମୁକ୍ତ କରିଛନ୍ତି। ମାମଲାର ଶେଷ ଶୁଣାଣି ସମୟରେ ପୁଲିସ ଥରୁରଙ୍କ ବିରୁଦ୍ଧରେ ୩୦୬ ଧାରା ସମେତ ବିଭିନ୍ନ ଅଭିଯୋଗ ଆଣି ତାଙ୍କ ପ୍ରତି…

ସର୍ବକ୍ଷମା ଘୋଷଣା କଲା ତାଲିବାନ, ମହିଳାଙ୍କୁ ମିଳିବ ସ୍ୱାଧିନତା

କାବୁଲ:ଆଫଗାନିସ୍ତାନରେ ତାଲିବାନ ଶାସନ । ତାଲିବାନମାନେ ସମଗ୍ର ଆଫଗାନିସ୍ତାନ ସହ ରାଜଧାନୀ କାବୁଲ ଦଖଲ କରିନେବା ପରେ ଏକ ଅଶାନ୍ତ ଓ ଭୟାକୁଳ ପରିସ୍ଥିତିକୁ ଶାନ୍ତ କରିବା ନିମନ୍ତେ ମଙ୍ଗଳବାର ଦେଶ ସାରା ‘ସର୍ବକ୍ଷମା’ ଘୋଷଣା କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ମଧ୍ୟ ସରକାରରେ ଭାଗ…

ଏଣିକି ଭୁବନେଶ୍ୱର ବିମାନ ବନ୍ଦରରେ ମିଳିବ ଶ୍ରୀମନ୍ଦିର ଓ ଲିଙ୍ଗରାଜଙ୍କ ଭୋଗ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ମିଳିବ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରର ଭୋଗ । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ଶୁଖିଲା ଭୋଗକୁ ବିମାନବନ୍ଦର ଟର୍ମିନାଲରେ ବିକ୍ରି କରାଯିବ। ବିମାନବନ୍ଦର ଉପଦେଷ୍ଟା କମିଟି (ଏଏସି) ବୈଠକରେ ଏଭଳି ପ୍ରସ୍ତାବ ଉପରେ…

ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ

ଭୁବନେଶ୍ୱର: ସୁସ୍ଥ ଅଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାଁ ମାଣିକେଶ୍ୱରୀଙ୍କ ଅପାର କୃପା ତଥା ମୋର ଆରୋଗ୍ୟ କାମନା କରି ଭଗବାନଙ୍କ ନିକଟରେ ଦୀପ ଜାଳିଥିବାରୁ ମୁଁ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛି । ମୋର ଶୁଭେଚ୍ଛୁମାନଙ୍କୁ ହୃଦୟରୁ ଧନ୍ୟବାଦ ବୋଲି…

ପରପାରିରେ ସୁଡୋକୁ ଗେମର ଗଡଫାଦର

ନୂଆଦିଲ୍ଲୀ: ବିଶ୍ୱର ଲୋକପ୍ରିୟ ମାଇଣ୍ଡ ଗେମ ସୁଡୋକୁର ଗଡ ଫାଦର କୁହାଯାଉଥିବା ମାକି କାଜିଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ସୁଡୋକୁର ଆବିଷ୍କାର ସ୍ୱିସ ଗଣିତଜ୍ଞ ଲିୟୋନାର୍ଡ ୟୁଲର ୧୮ତମ…

ସୈନିକ ସ୍କୁଲରେ ପାଳିତ ହେଲା ସ୍ୱାଧିନତା ଦିବସ

ଭୁବନେଶ୍ୱର: ରାଜଧାନୀସ୍ଥିତ ସୈନିକ ସ୍କୁଲରେ ପାଳିତ ହୋଇଛି ୭୫ତମ ସ୍ୱାଧିନତା ଦିବସ । ସ୍କୁଲ ପରିସରରେ କରୋନା କଟକଣାକୁ ମାନି ପାଳନ ରାଯାଇଥିଲା । ଏଥିରେ ସୈନିକ ସ୍କୁଲର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରିତିକା ଶର୍ମା (ଭାରତୀୟ ନୈସେବା) ସ୍କୁଲ ପରିସରରେ ଥିବା ସହିଦ ସ୍ମୃତିପୀଠରେ ସୈନିକ…

ଆଫଗାନିସ୍ତାନ ହିନ୍ଦୁ ଶିଖ୍ ନାଗରିକଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ର୍ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ତେଣୁ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ସଂଖ୍ୟା ଏବେ…

ପୁଣି ୨୫ଟଙ୍କା ବଢ଼ିଲା ଏଲପିଜି ଗ୍ୟାସ୍ ଦର

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ପୁଣି ବଢ଼ିଛି। ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି ଜ୍ଝ ଏହାପୂର୍ବରୁ ଜୁଲାଇ ୧ରେ ଏଲପିଜି ସିଲିଣ୍ଡର ଦାମ୍ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏଲପିଜି ପୁଣି ମହଙ୍ଗା ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ଘରୋଇ…

ଆଜି ରାଜ୍ୟରେ ୬୫ ଆକ୍ରାନ୍ତଙ୍କ ମୃତ୍ୟୁ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତ ୬୫ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୧୫ ଜଣ ରହିଛନ୍ତି। ଏଥିସହିତ ଜଗତସିଂହପୁରରୁ ୧୧ ଏବଂ କେନ୍ଦ୍ରାପଡାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଢେଙ୍କାନାଳରୁ ୭, ଅନୁଗୁଳ ୫ ଓ…