Odia News Portal

ଆଫଗାନିସ୍ତାନ ହିନ୍ଦୁ ଶିଖ୍ ନାଗରିକଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ର୍ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତର ନାଗରିକତ୍ୱ ଗ୍ରହଣ କରିବାକୁ ଚାହୁଁଥିବା ଆଫଗାନିସ୍ତାନର ସଂଖ୍ୟା ଲଘୁଙ୍କୁ ଭାରତ ଆଶ୍ରୟ ଦେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି। ତେଣୁ ଆଫଗାନିସ୍ତାନରେ ରହୁଥିବା ସଂଖ୍ୟା ଲଘୁ ସଂଖ୍ୟା ଏବେ ଭାରତରେ ଆଶ୍ରୟ ଦେବା ପାଇଁ ଆବେଦନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସୁରକ୍ଷା କ୍ୟାବିନେଟ ସିସିଏସି ରେ ବୌଠକ ବସିଥିଲା ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆସିବାକୁ ଥିବା ଅଳ୍ପସଂଖ୍ୟକଙ୍କୁ ସାହାର‌୍ୟ୍ୟ କରାଯିବ । ମୋଦୀଙ୍କ ଏହି ବୌଠକରେ ଗୃହମନ୍ତ୍ରୀ ଅମିତ ଶାହା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ଓ ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦି ବୈଠକରେ ସମସ୍ତ ଅଧିକାରୀଙ୍କୂ ଆଗାମି ଦିନରେ ଆଫଗାନିସ୍ତାନରୁ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବୈଠକ ପୂର୍ବରୁ କେନ୍ଦ୍ର ସରକାର ଜରୁରୀ କାଳୀନ ଇ ଭିସାରର ବ୍ୟବସ୍ଥା କରିଛନ୍ତି । ଏହାଦ୍ୱାରା ଆଫଗାନିସ୍ତାନରେ ରହୁଥିବା ଲୋକମାନେ ଭାରତ ଆସିବାକୁ ଆବେଦନ କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍ରେ ଏହି ବ୍ୟବସ୍ଥା କରିଛି।