Odia News Portal

ଏୟାର ଆମ୍ବୁଲାନ୍ସରେ କୋଲକାତା ଗଲେ ଅଭିଶେକ

ଭୁବନେଶ୍ୱର: ଗ୍ରୀନକରିଡରରେ ଏୟାରପୋର୍ଟରେ ପହଞ୍ଚିବା ପରେ କୋଲକାତା ଅଭିମୁଖେ ଏୟାର ଆମ୍ବୁଲାନ୍ସ ଯ୍ଧବକ୍ତନ୍ତି ଅଭିଶେକ ମହାପାତ୍ର । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଛକରୁ ବିମାନ ବନ୍ଦର ଯାଏଁ ବିଏମସି ପକ୍ଷରୁ ଗ୍ରୀନ କରିଡରର ବ୍ୟବସ୍ଥା କରାଯାଇ ଅଭିଷେକ୍ଙ୍କୁ ବିମାନ ବନ୍ଦର ନିଆଯାଇଥିଲା ।

ଧାନର ସହାୟକ ମୂଲ୍ୟ ବଢ଼ିଲା

ନୂଆଦିଲ୍ଲୀ: ଧାନ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କାର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟ୍ ବୈଠକରେ ଏଭଳି ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲେ ସରକାର । ୨୦୨୦-୨୧ରେ ୧୮୭୬ ଟଙ୍କା ଥିବା ବେଳେ ଏବେ ଏହା

ବ୍ୟାଙ୍କରେ କରୋନା

ରାୟଗଡ଼ା: ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ସଂକ୍ରମିତ । ଶେଷରେ ବ୍ୟାଙ୍କରେ ପଡ଼ିଲା ତାଲା । ରାୟଗଡ଼ା ସଦର ବ୍ଲକ ଜେକେପୁରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେବା ପରେ ଆଜି ପରୀକ୍ଷା କରିବା ବେକେ

ରେଳ ଯୋଗେ ଯାଉଥିବା କଣ୍ଟେନରରୁ ଲିକ୍ ହେଲା ଅକ୍ସିଜେନ୍‌

କଳାହାଣ୍ଡି: ରେଳ ଯୋଗେ ଯାଉଥିବା କଣ୍ଟେନରରୁ ଲିକ୍ ହୋଇଛି ଅକ୍ସିଜେନ । କଳାହାଣ୍ଡି କେସିଙ୍ଗା ରେଳ ଷ୍ଟେସନ୍ ନିକଟରେ ଲକ ଅକ୍ସିଜେନ୍ ଏକ୍ସପ୍ରେସ୍ କଣ୍ଟେନରରୁ ଅକ୍ସିଜେନ୍ ଲିକ୍ ହେଉଥିବା ସୂଚନା ମିଳିଛି । ରେଳ ଯୋଗେ ବାହାର ରାଜ୍ୟକୁ ଏହି ଅକ୍ସିଜେନ୍ ପରିବହନ କରାଯାଉଥିବା ବେଳେ ଏଭଳି ଘଟଣା

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଭଦ୍ରକ: ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଭଉଣୀ ପାଣିରେ ବୁଡ଼ି ମୃତ । ଭଦ୍ରକ ଜିଲ୍ଲା ବ୍ରଜାନନ୍ଦପୁର ଗାଁରେ ଘଟିଛି ଏଭଳି ଦୁଃଖଦ ଖବର । ମୃତକ ଦ୍ୱୟ ହେଲେ ସଦାନନ୍ଦ ଘଡେଇଙ୍କ ଝିଅ ଲକ୍ଷ୍ମୀପ୍ରିୟା(୧୨) ଓ ତାଙ୍କ ମାମୁଁ ଝିଅ ଟିକି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି

ଚାଲିଛି ହୋଟେଲ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିକାକରଣ

ଭୁବନେଶ୍ୱର: କରୋନା ସଞ୍ଜିବନି ଟିକା ନେବା ଲାଗି ଚାଲିଛି ପଞ୍ଜିକରଣ । ସେପଟେ ଦୁଇଟି ଡୋଜ ନେଇ ସାରିଲେଣି ଅନେକ ଲୋକ । ଏହାରି ଭିତରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରି ଦିଆଯାଉଛି ଟିକା । ଏହି ଆସୋସିଏସନର ସଦସ୍ୟଙ୍କ ଲିଷ୍ଟ ଅନୁସାରେ

ଏୟାରପୋର୍ଟ ଅଭିମୁଖେ ଅଭିଶେକ

ଭୁବନେଶ୍ୱର: ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି ବାସୁଦେବପୁର ଅଞ୍ଚଳର ଯୁବକ ଅଭିଶେକ ମହାପାତ୍ର । ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ ଅଭିଶେକଙ୍କୁ । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ଗ୍ରୀନ କରିଡରରେ ତାଙ୍କୁ ଏୟାରପୋର୍ଟ ନିଆଯାଉଛି । କୋଭିଡ ଆକ୍ରାନ୍ତ ପରଠାରୁ ଗୁରୁତର ଅଛନ୍ତି

ଓଡ଼ିଶାରେ ଇସିଏମଓ ଚିକିତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ଇସିଏମଓ ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯାଉଛନ୍ତି ରୋଗୀ । କରୋନାରେ ଜଟିଳତାରେ ଚିକତ୍ସିତ ରୋଗୀଙ୍କୁ କୋଲକାତା,ହାଇଦ୍ରାବାଦ ଓ ଚେନ୍ନାଇ ନିଆଯଉଛି । ତେବେ ଓଡ଼ିଶାରେ ଇସିଏମଓ ଚିକତ୍ସା ଲାଗି ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରାକାର । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରାଜ୍ୟରେ

ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ୍‌

କଟକ: ବହିଷ୍କୃତ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଦୁଇଟି ମାମଲାରେ ମିଳିଛି ସର୍ତ୍ତମୂଳକ ଜାମିନ୍ । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଦୁଇଟି ମାମଲାରେ ତାଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛି । ୨ଲକ୍ଷ ଟଙ୍କା ସହ ୨ଜଣ ଜାମିନଦାରଙ୍କ ବଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି

ବିଜେପିରେ ଯୋଗଦେଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ କଂଗ୍ରେସ ନେତା ଜିତେନ୍ ପ୍ରସାଦ । ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ଜିତୀନ ପ୍ରସାଦଙ୍କୁ ବିଜେପିରେ ସାମିଲ କରାଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ତୀନ ପ୍ରସାଦ କେନ୍ଦ୍ର