Odia News Portal

ବିଧାବସଭା ପରିସରରେ ବିଜୟଶ୍ରୀଙ୍କୁ ଗାର୍ଡ ଅଫ ଅନର

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଦିଆଯାଇଛି ଗାର୍ଡ ଅଫ ଅନର । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ବିକାଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାଶଙ୍କ ଭଳି ବହୁ ବରିଷ୍ଠ ନେତାଙ୍କ

ରାଜ୍ୟରେ ୮୮୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱରେ: କମୁନି କରୋନାର କାୟା । ରାଜ୍ୟରେ ୨୪ ଗଣ୍ଟା ମଧ୍ୟରେ ୮୮୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୮୯୧ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ ଆଉ ୪୨ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା

ଆଜି ମହାପ୍ରଭୁଙ୍କ ଭଉଁରୀ ନୀତି

ପୁରୀ: ଆଜି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଉଛି ଭଉଁରୀ ନୀତି । କୋଭିଡ କଟକଣା ମଧ୍ୟରେ ରୀତି ନୀତି ଅନୁସାରେ ଚାଲିଥିବା ଦେଖିବାକୁ ମିଳିଛି । ଜୋରସୋରରେ ଆଗେଇ ଚାଲିଛି ରଥକାମ । ତିନି ରଥର ଚକଅଖ ନୀତି ସମ୍ପନ୍ନ ହେବ । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି ।

ସରିଲା ଆକଳନ, ୬୧୦ କୋଟି ଟଙ୍କାର ସମ୍ପତି କ୍ଷତି କରିଛି ୟାଶ୍

ଭୁବନେଶ୍ୱର: ବାତ୍ୟା ୟାଶ୍‌ର କ୍ଷୟକ୍ଷତି ଓ ପୁନଃ ଉଦ୍ଧାରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସି ମାଧ୍ୟମରେ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ

ବିଜୟଶ୍ରୀଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାସୁଦେବପୁରର ପୂର୍ବତନ ବିଧାୟକ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ମୃତ୍ୟୁ ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି ।

ଦିନକରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯୧୮ ଆକ୍ରାନ୍ତ

ଭୁବନେଶ୍ୱର: ୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୯୧୮ଜଣ କରୋନା ଆକ୍ରାନ୍ତ । କ୍ୱାରେନଣ୍ଟାଇନରୁ ୧୬୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୭୪୯ । ତେବେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି କମ୍ ରହିଛି । ସେପଟେ ଆଜି ୧୧୦୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ଆରପାରିରେ ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ବିଜେଡିର ବରିଷ୍ଟ ନେତା ତଥା ଭଦ୍ରକ ଜିଲ୍ଲା ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୬ଥର ବିଧାୟକ ଭାବେ ବିଜୟଲାଭ କରିଥିବା ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ସେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ

ଶ୍ରୀପୁରୁଷୋତ୍ତମ ଭକ୍ତନିବାସର ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ପରିଦର୍ଶନ କରିଛନ୍ତିି । ପୁରୀ ଜେଲ୍ ରୋଡରେ ଚାଲିଥିବା ଏହି ଭକ୍ତ ନିବାସର ନିର୍ମାଣ କାର୍ଯ୍ୟ ଚାଲୁରହିଛି । ତେବେ ଆଜି ସେଠାକୁ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ । ପୁରୀ ଆସୁଥିବା

ଭାସୁଛି ନବଜାତ ଶିଶୁର ମୃତଦେହ

ଭଦ୍ରକ: ପୋଖରୀରେ ଭାସୁଛି ନବଜାତ ଶିଶୁର ମୃତଦେହ । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ହଳଦୀଗଡିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗୋଟିଏ ନବଜାତ ଶିଶୁକୁ କେହି ଫୋଫାଡି ଦେଇ ଚାଲିଯାଇଛି । ଏପରିକି ଶିଶୁଟିର ନାଭି ମଧ୍ୟ କଟାଇନଥିବା ଦେଖିବାକୁ ମିଳିଛି । ଶିଶୁଟି କାହାର ଏବଂ

୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ଲକ୍‌ଡାଉନରେ ଚାଲିଥିଲା ଗଞ୍ଜେଇ ଚାଲାଣ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରୁ ଛତିଶଗଡ଼ ଚାଲାଣ ହେଉଥିଲା ଗଞ୍ଜେଇ । କେନ୍ଦ୍ରୀୟ ସ୍କ୍ୱାର୍ଡ ହାତରେ ଧରାପଡ଼ିଗଲେ ବେପାରୀ । ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ବୁଧବାର ଏକ ଟ୍ରକ ଯୋଗେ ୬ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣକ୍ରାଯାଉଥିବା ବେଳେ