Odia News Portal

ତପୁମିଶ୍ରଙ୍କ ଚିକିତ୍ସା ଲାଗି ବିଭିନ୍ନ ମହଲରୁ ମିଳୁଛି ସହଯୋଗ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ଆକ୍ରାନ୍ତ ଅଛନ୍ତି । ତାଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହଯୋଗ ଲୋଢ଼ିଛନ୍ତି ପରିବାର । ବିଭିନ୍ନ ମହଲରୁ ମଧ୍ୟ ସହଯୋଗ ମିଳିଥିବା କହିଛନ୍ତି ତାଙ୍କ ପରିବାର । ତପୁ ମିଶ୍ରଙ୍କ ଚିକିତ୍ସା ନିମନ୍ତେ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ରାଜ୍ୟ କଳାକାର କଲ୍ୟାଣ ପାଣ୍ଠି ପକ୍ଷରୁ ଏହି ସହାୟତା ରାଶି ଯୋଗାଇ ଦିଆଯାଇଛି। ତପୁ କରୋନାରୁ ସୁସ୍ଥ ହେବା ପରେ ଏବେ ଫୁସଫୁସ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ କଲକାତା କିମ୍ବା ଚେନ୍ନଇ ନେବାକୁ ଯୋଜନା କରାଯାଉଥିବା ବେଳେ ବାଧକ ସାଜିଛି ଅର୍ଥ। ଏନେଇ ପରିବାର ଓ ସାଥୀ କଣ୍ଠଶିଳ୍ପୀ ରାଜ୍ୟ ସଂସ୍କୃତି ବିଭାଗ ଏବଂ ସାମାଜିକ ଗଣମାଧ୍ୟମରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।