Odia News Portal

ମଦ ଦୋକାନ ତାଲା ଭାଙ୍ଗି ଲୁଟିନେଲେ

ବଲାଙ୍ଗୀର: ଲକଡାଉନରେ ମାତିଛନ୍ତି ଲୁଟେରା । କେତେବେଳେ ଲୁଗା ଦୋକାନରୁ ଚୋରି କଲେଣି ତ ଆଉ କେତେବେଳେ ରାସନ ଦୋକାନରୁ । ଆଉ ଏବେ ମଦ ଦୋକାନ ତାଲା ଭାଙ୍ଗି ମଦ ନେଇଯାଇଥିବା ଖବର ଆସିଛି । ବଲାଙ୍ଗୀର ଜିଲ୍ଲା କଦମପଡ଼ାରେ ଥିବା ମଦ ଦେକାନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ମଦ ଚୋରି ହୋଇଥିବା ଅଭିଯୋଗରେ ଦର୍ଶଯାଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ଦାମୀ ମଦକୁ ଛାଡ଼ି କମ ଟଙ୍କିଆ ମଦ ନେଇଥିବା ଦେଖିବାକୁ ମିଳିଛି । ଟେଉଁଥିରୁ ସ୍ପଷ୍ଠ ଜଣା ପଡ଼ିଛି କି ଚୋରମାନେ ମୁର୍ଖ ଓ ଘୋଡ଼ା ମଦୁଆ ହୋଇଥିବେ । ଏଭଳି ଚର୍ଚ୍ଚା ଏବେ ସ୍ଥାନୀୟ ଅଞ୍ଚଳରେ ହେଉଛି । ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।