Odia News Portal

ନାଗିନ୍ ଡ୍ୟାନ୍ସ କଲେ ନିଲମ୍ବିତ ହେଲେ…

ଯାଜପୁର: ତହସିଲଦାରଙ୍କୁ ନାଗିନ୍ ଡ୍ୟାନ୍ସରେ ନାଚିବା ପଡ଼ିଲା ମହଙ୍ଗା । ଭାଇ ବାହାଘରରେ ଧୁମ୍ ନାଚିଲେ । କୋଭିଡ କଟକଣାକୁ ଅବମାନନା କରିଥିବା କାରଣରୁ ଚାକିରୀରୁ ନିଲମ୍ବିତ ହୋଇଛନ୍ତି ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା । ଭାଇ ବାହାଘରରେ ନାଚିବା ନେଇ ମାନବାଧିକାର କମିସନ ପକ୍ଷରୁ ଚଳିତ ମାସ ୭ ତାରିଖ ଜଗତସିଂପୁର ଜିଲ୍ଲାପାଳଙ୍କୁ ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା କରିଥିବା କୋଭିଡ୍ କଟକଣା ଉଲ୍ଲଂଘନ ଓ ସର୍ବସାଧାରଣରେ ଉତ୍ସବ ପାଳନ କରି ନୃତ୍ୟ କରିବା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯାହା ଉପରେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ।

ସୂଚନା ଥାଉକି, ମେ ୨୧ ତାରିଖରେ ଭାଇ ବାହାଘରରେ ଧୁମ ନାଚିଥିଲେ ତହସିଲଦାର ମ୍ୟାଡାମ । ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗାଁକୁ ବାହାଘର ଯାଇଥିବା ବେଳେ ବରଯାତ୍ରୀଙ୍କ ସହ ନାଚିଥିଲେ ବୁଲବୁଲ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ସବୁ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା । ଏହାପରେ କୋଭିଡ ନିୟମ ଉଲଙ୍ଘନ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଶେଷରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।