Odia News Portal

ବିଜେଡି ମହିଳା ସଭାନେତ୍ରୀ ହେଲେ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର: ବିଜେଡି ମହିଳା ଶାଖାର ସଭାନେତ୍ରୀ ଭାବେ ବରିଷ୍ଠ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଆଜି ଏହି ନିଯୁକ୍ତି ଦେବା ସହ ତତ୍କାଳ ପ୍ରଭାବରୁ ଦାୟିତ୍ୱ ଗ୍ରହଣ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଅତାବିରାରୁ

ଏସସିବି ହସ୍ପିଟାଲର ହେବ ନବକଳେବର

କଟକ: ବିଶ୍ୱସ୍ତରୀୟ ହେବ ଏସସିବି ହସ୍ପିଟାଲ । ଖର୍ଚ୍ଚ ହେବ ୩୫୦୦ କୋଟି ଟଙ୍କା । ୩୫୦ କୋଟି ଟଙ୍କାର ଖର୍ଚ୍ଚରେ ପ୍ରକଳ୍ପ କାମ ଆଗେଇବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ ସ୍ତରରେ ମେଡିକାଲ କଲେଜ ପାଇଁ ଦେଶର ସର୍ବ ବୃହତ ପ୍ରକଳ୍ପ । ୧ ଜାନୁଆରୀ ୨୦୨୪ରେ

୪ ମେ’ରୁ ସିବିଏସଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ମେ' ୪ ରୁ ସିବିଏସଇ ବୋର୍ଡ ପରୀକ୍ଷା । ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । ଏହାସହ ଜୁନ୍ ୧୦ ସୁଦ୍ଧା ପରୀକ୍ଷା ସାରିବାକୁ ଲକ୍ଷ୍ୟ ରହିଛି । ତେବେ ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା

ଜାନୁଆରୀ ୨ରେ କରୋନା ଟିକା ଡ୍ରାଏ ରନ୍

ନୂଆଦିଲ୍ଲୀ: ଜାନୁଆରୀ ୨ରେ କରୋନା ଟିକାର ଡ୍ରାଏ ରନ୍ | କରୋନା ଟିକା କେମିତି ଦିଆଯିବ ସେନେଇ ଚାରି ରାଜ୍ୟରେ ଡ୍ରାଏ ରନ୍ ପରେ ଏବେ ସାରା ଦେଶରେ ଏହି ଡ୍ରାଏ ରନ୍ ହେବ। କେନ୍ଦ୍ର ସରକାର ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବଙ୍କୁ ଅବଗତ କରାଇଛନ୍ତି ।

ହକି ଖେଳାଳି ମାଇକେଲ୍ କିଣ୍ଡୋଙ୍କ ପରଲୋକ

ଭାରତୀୟ ହକି ଦଳର ପୂର୍ବତନ ଡିଫେଣ୍ଡର ମାଇକେଲ କିଣ୍ଡୋଙ୍କ ପରଲୋକ । ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍‌ପାତ ଜେନେରାଲ ହସପିଟାଲରେ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାର ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରିବାକୁ ପ୍ରସ୍ତାବିତ ସଂକଳ୍ପ କ୍ୟାବିନେଟରେ ପାରିତ କରିବା ପରିପ୍ରେକ୍ଷୀରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ

ଏଣିକି ଜିଓ ଦେବ ଅସୀମିତ ଭଏସ୍ କଲ୍

ନୂଆଦିଲ୍ଲୀ: ଗ୍ରାହକ ମାନଙ୍କୁ ଜିଓର ନୂଆବର୍ଷ ଉପହାର । ରିଲିୟାନ୍ସ ଜିଓ ପୁଣି ଥରେ ଭଏସ୍ କଲ ବିଲକୁଲ ମାଗଣା କରିବାକୁ ଯାଉଛି । ଜିଓ ଉପଭୋକ୍ତା ମାନେ ଜାନୁଆରୀ ପହିଲାରୁ ମାଗଣାରେ ସମସ୍ତ ଫୋନକୁ ଭଏସ୍ କଲ କରିବାର ସୁବିଧା ପାଇବେ । ରିଲିୟାନ୍ସ ଜିଓ ଗୁରୁବାର ଦିନ ଏଭଳି ସୂଚନା ଦେଇଛି ।

ଚୁନା ମାଛକୁ କରାଯାଉଛି ଟାର୍ଗେଟ : ଲେଖାଶ୍ରୀ

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ୬ ଜଣ ଅଧତ୍କାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ । ସେ କହିଛନ୍ତି ଯେ, ଦୁର୍ନୀତି ବିରୋଧରେ ଲଢ଼େଇ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ତଳୁ ଉପର

ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ପ୍ରସଙ୍ଗରେ ଆଜି ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସହ ୩ ଜଣ ସଦସ୍ୟଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ତେବେ