Odia News Portal

ଭୁବନେଶ୍ୱରରୁ ପୁଣି ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ୨୨୫ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏକ ଦାମୀ କାର ସହ ୨୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ଖଣ୍ଡଗିରି କଳିଙ୍ଗନଗର ଅଞ୍ଚଳରୁ ଜବତ…

ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି()  ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କର ବଦଳି ହୋଇଛି । ମନୀଷଙ୍କ ବଦଳରେ ୱାଇ ବିଜୟ ହୋଇଛନ୍ତି ମାଲକାନଗିରିର ନୂଆ ଜିଲ୍ଲାପାଳ । ତେବେ ମନୀଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସୂଚନା ଅନୁସାରେ, ଗତକାଲି…

ଆଜି ୭୪୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର() ରାଜ୍ୟରେ ଆଜି ୭୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୩୭ ଜଣ ଚିହ୍ନଟ ହୋଇଥିବାବେଳେ ୩୧୨ଟି ଲୋକାଲ କେସ୍‌ ରହିଛି। ନୂତନ…

ପୁଣି ଆଇସୋଲେଶନରେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ()  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପୁଣି ଥରେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ନିକଟରେ ସେ ଜଣେ କରୋନା ପଜିଟିଭ ସାଂସଦଙ୍କ ସଂସ୍ପର୍ଶରେ ଆସିଥିବା ଜାଣିବା ପରେ ସେ ଆଇସୋଲେଶନରେ ରହିଛନ୍ତି । ଏବେ ପର୍ୟ୍ୟନ୍ତ ତାଙ୍କଠାରେ କିନ୍ତୁ କରୋନାର କୌଣସି ଲକ୍ଷଣ ଦେଖାଯାଇ ନାହିଁ । ଗତ…

ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା ରୁଜୁ

ମାଲକାନଗିରି() ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲଙ୍କ ନାଁ ରେ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ଏହି ମାମଲାକୁ ଏସଡିଜେଏମ କୋର୍ଟଙ୍କ ନିର୍ଦେଶକ୍ରମେ ପୋଲିସ ରୁଜୁ କରିଛି । ମୃତ୍ୟୁର ଗତ ୧୦ ମାସ ପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଚାରି ଜଣଙ୍କ ନାମରେ କେଶ ରୁଜୁ କରିଛି ମାଲକାନଗିରି…

ମହାନଦୀରୁ ଅଭିନେତା ମିହିର ଦାସଙ୍କ ବୋହୂ ଉଦ୍ଧାର

କଟକ() କଟକ ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ତଥା ମିହିର ଦାସଙ୍କ ବୋହୂଙ୍କୁ ଉଦ୍ଧାର କରାଯାଇଛି । ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଛି । ତେବେ ନଦୀରେ ପୂଜା ସାମଗ୍ରୀ ବିସର୍ଜନ ବେଳେ ଖସିପଡିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।…

ପୂର୍ବତନ ଡିଜିପି ଏସ କେ ଚାଟାର୍ଜୀଙ୍କ ଦେହାନ୍ତ

ଭୁବନେଶ୍ୱର() ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ କେ ଚାଟାର୍ଜୀଙ୍କ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀଠାର ପରଲୋକ ଘଟିଥିବା ଡିଜିପି ଅଭୟ ଜଣାଇଛନ୍ତି । ଏହି ସହ ସେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଚାଟାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ତେବେ…

ଡ଼ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ସଙ୍ଘର ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର() ଓଡିଶା କ୍ରୀଡା ଦୁନିଆ ପାଇଁ ଦୀପାବଳୀ ଅବସରରେ ସୁଖଦ ଖବର । ଆଉ ଜଣେ ଓଡ଼ିଆ ଜାତୀୟ କ୍ରୀଡା ସଙ୍ଘର ନେତୃତ୍ୱ ସମ୍ଭାଳିବାକୁ ଯାଉଛନ୍ତି। କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ସାର୍ ଡ଼.ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ ସଙ୍ଘ (VFI) ର ସଭାପତି ଭାବେ ନିର୍ବାଚିତ…

ଆସନ୍ତାକାଲି ଶପଥ ନେବେ ନୀତୀଶ

ବିହାର() ବିହାରରେ ବିଜୟ ଲାଭ କରିଥିବା ଏନଡିଏ ବିଧାୟକ ଦଳର ନେତା ହୋଇଛନ୍ତି ନୀତୀଶ କୁମାର । ଆଜି ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେବେ ବୋଲି ସୂଚନା ମିଳିଛି । ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତୀଶ ।

୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର()  ନଭେମ୍ବର ୧୮ରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ। ପ୍ରଶ୍ନକାଳ ରହିବ କି ନାହଁ ସେନେଇ ଆଲୋଚନା ହେବ। ଏହା ସହ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେନେଇ ମଧ୍ୟ ଆଲୋଚନା ହେବ। ଗତ ଅଧିବେଶନ ପରି ଚାଲିବ ଅଧିବେଶନ। ଦୈନିକ ୨ଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ।