Odia News Portal

ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିରେ ବୀରେନ୍ଦ୍ର ଓ ସର୍ଦ୍ଦାର ସାମିଲ

ନୂଆଦିଲ୍ଲୀ : ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ କମିଟିରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଓ ପୂର୍ବତନ ହକି ତାରକା ସର୍ଦ୍ଦାର ସିଂହ । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ୧୨ ଜଣିଆ ଚୟନ କମିଟି ଗଠନ କରାଯାଇଛି । ଏହି କମିଟିରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ…

ପୁଲିସର ପାଟ୍ରୋଲିଂ ବେଳେ ଧରାପଡ଼ିଲା କୁଖ୍ୟାତ ବାଇକ୍‌ ଚୋର

ଭୁବନେଶ୍ୱର : ନୂଆପଲ୍ଲୀ ଥାନା ପୁଲିସ ଜଣେ ବାଇକ୍‌ ଚୋରକୁ ଗିରଫ କରିଛି । ତା’ ଠାରୁ ୨ଟି ଚୋରା ବାଇକ୍‌ ଜବତ ହୋଇଛି । ଗିରଫ ଚୋରର ନାମ ରଞ୍ଜନ ପ୍ରଧାନ(୨୧) । ଘର ନୟାଗଡ଼ ହାଟସାହି । ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ରୁଚିକା ମାର୍କେଟରେ ରହୁଥିଲା । ପୁଲିସ ସୂଚନା ଅନୁଯାୟୀ,…

ରାମଲଲାଙ୍କ ପାଇଁ ୧ ଲକ୍ଷ ୧୧ ହଜାର ଲଡୁ

ନୂଆଦିଲ୍ଲୀ : ଅଯୋଧ୍ୟାରେ ଆଗାମୀ ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ଭୂମିପୂଜା ପାଇଁ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ସମଗ୍ର ଅଯୋଧ୍ୟା ନଗରୀକୁ ବିଭିନ୍ନ ରଙ୍ଗେରେ ସୁସଜ୍ଜିତ କରାଯାଉଛି । ରାମଲଲାଙ୍କ ପାଇଁ ଲୁଗା ଓ ଭୋଗ ପାଇଁ ଲଡୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅଯୋଧ୍ୟା…

ବବିଙ୍କ ଅପ୍‌କମିଙ୍ଗ ୱେବସିରିଜ୍‌ ‘ଆଶ୍ରମ’ର ଫାଷ୍ଟ ଲୁକ୍‌ ରିଲିଜ

ମୁମ୍ବାଇ : ବଲିଉଡ୍‌ ଅଭିନେତା ବବି ଦେଓଲଙ୍କ ଅପ୍‌କମିଙ୍ଗ ୱେବ୍‌ସିରିଜ୍‌ ‘ଆଶ୍ରମ’ର ଫାଷ୍ଟ ଲୁକ୍‌ ଜାରି ହୋଇଛି । ଏ ସଂପର୍କରେ ଏକ କ୍ଷୁଦ୍ର ଭିଡିଓକୁ ନିଜେ ବବି ତାଙ୍କର ସମସ୍ତ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି । କ୍ୟାପ୍‌ସନରେ ଲେଖିଛନ୍ତି, ‘ଆଶ୍ରମ’ର ଫାଷ୍ଟ ଲୁକ୍‌ । ମୁଁ…

ଟିକଟକକୁ କିଣିପାରେ ଏହି କମ୍ପାନୀ

ନୂଆଦିଲ୍ଲୀ : ଚାଇନିଜ୍ ଆପ୍ ଟିକଟକକୁ ପ୍ରଥମେ ଭାରତରେ ସୁରକ୍ଷା କାରଣରୁ ବ୍ୟାନ୍ କରିଥିଲା। ଏହାପରେ ଆମେରିକା ମଧ୍ୟ ତାକୁ ବ୍ୟାନ୍ କରିବାର ପ୍ରସ୍ତୁତି ଚଲାଇଛି।  ଏହାକୁ ନେଇ ନିଜେ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଓ ସେକ୍ରେଟରୀ ଅଫ୍ ଷ୍ଟେଟ୍ ମାଇକ୍ ପୋମ୍ପିଓ ବହୁବାର ବୟାନ ଦେଇ ସାରିଛନ୍ତି।…

ଆସନ୍ତୁ ଜାଣିବା ସାନିଟାଇଜର ବ୍ୟବହାରର ସଠିକ୍‌ ଉପାୟ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ।  ଲୋକେ  ଜାଣନ୍ତି ଏହାକୁ ସଫା ସୁତୁରା ରହି ହରାଇବାକୁ ହେବ । ଏଥିପାଇଁ  ଏବେ ସାନିଟାଇଜରର ଚାହିଦା ଖୁବ୍‌ ବଢ଼ିଯାଇଛି ।  ଲୋକେ ଏହାର ଖୁବ୍‌ ବ୍ୟବହାର କରୁଛନ୍ତି । ଏମିତି କି ଦିନରୁ ରାତି ଯାଏ କେତେ ଥର ହାତରେ…

ନିଆରା ଢଙ୍ଗରେ ଫ୍ୟାନ୍‌ଙ୍କୁ ଇଦ୍‌ ମୁବାରକ ଜଣାଇଲେ ସଲମାନ ଖାନ୍‌

ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ସୋସିଆଲ ମିଡିଆରେ ଫ୍ୟାନ୍‌ଙ୍କୁ ନିଜ ଅନ୍ଦାଜରେ ଇଦ୍‌ରେ ଅଭିନନ୍ଦନ ଜଣାଇଛନ୍ତି। ସଲମାନ୍‌ ଏବେ ଫାର୍ମହାଉସ୍‌ରେ ଥିବା ବେଳେ ନିଜର ଏକ ଫଟୋ ସେୟାର କରିଛନ୍ତି। ସେୟାର କରିଥିବା ଫଟୋରେ ସଲମାନ୍‌ ନିଜ ମୁହଁକୁ ଢାଙ୍କିଥିବା ଦେଖାଯାଇଛି। ଫଟୋ ସେୟାର କରି…

ଆଉ ୨ଟି କୋଭିଡ଼ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ୱର() ଗଞ୍ଜାମ ଜିଲ୍ଲାରେ ଆଉ ୨ଟି କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଗୋଟେ ଅଶ୍ୱିନୀ ହସ୍ପିଟାଲ ସହାୟତାରେ କନିଷିରେ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଛି । ଅନ୍ୟଟି ବ୍ରହ୍ମପୁର ଏମକେସିଜିରେ ମଧ୍ୟ କୋଭିଡ଼ ହସ୍ପିଟାଲ ଉଦଘାଟିତ ହୋଇଥିବା ସୂଚନା ରହିଛି । ଏହି ଦୁଇଟି ହସ୍ପିଟାଲକୁ ଭିଡିଓ…

ରାଜଧାନୀରୁ ଆଉ ୧୨୬ କରୋନା ପଜିଟିଭ, ୪୯ ଲୋକାଲ କେସ

ଭୁବନେଶ୍ୱର() ଆଜି ରାଜଧାନୀରୁ ଆଉ ୧୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୬୧କୁ ବୃଦ୍ଧି ପାଇଛି । ୧୫୬୬ ଜଣ ସୁସ୍ଥ…

ରାଜ୍ୟସଭା ସାଂସଦ ଅମର ସିଂଙ୍କ ପରଲୋକ

ନୂଆଦିଲ୍ଲୀ()  ଉତ୍ତରପ୍ରଦେଶର ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂଙ୍କର ନିଧନ ହୋଇଛି ।୬୪ ବର୍ଷ ବୟସରେ ସିଙ୍ଗାପୁରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୨୦୧୩ରେ ଅମର ସିଂଙ୍କ କିଡନୀ ଅଚଳ ହୋଇଯାଇଥିଲା । ଏହାପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ଥିଲେ ।