Odia News Portal

କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ବୋନସ୍

ବୋନସ ପାଇବେ କେନ୍ଦୁପତ୍ର ତୋଳାଳି। ଘୋଷଣା କଲେ ରାଜ୍ୟ ସରକାର। ଲକଡାଉନ ଓ  କରୋନା ଭାଇରସ ପାଇଁ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ ୭.୮୯ ଲକ୍ଷ କେନ୍ଦୁପତ୍ର ତୋଳାଳି ଉପକୃତ ହେବେ । କେନ୍ଦୁପତ୍ର ତୋତାଳିଙ୍କ ବ୍ୟତୀତ…

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ

ଭୁବନେଶ୍ବର() କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉକ୍ରଳ ଜନନୀ । ରାଜ୍ୟ ଭିତରେ ଓ ବାହାରେ ରହୁଥିବା ସବୁ ଓଡ଼ିଆ ଏକାଠି ହୋଇ ଆଦ୍ୟ ସଂଗୀତକୁ ଏକାଠି…

ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର() ରାଜ୍ୟରେଅ ଆଜି ଆଉ ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୦୫୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୭୩ ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧରୁ ୨୮, ପୁରୀରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କଟକରୁ ୯, ଖୋର୍ଦ୍ଧାରୁ ୭, ମାଲକାନଗିରି…

ସ୍ନାନଯାତ୍ରା, ରଥଯାତ୍ରାକୁ ଭକ୍ତଙ୍କୁ ମନା, ଟିଭିରେ ଦେଖିବେ ଯାତ୍ରା

ଭୁବନେଶ୍ୱର() ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ନେଇ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ସୂଚନା ଦେଇ କହିଛନ୍ତି ଯେ, ସ୍ନାନଯାତ୍ରା ବିଧିବିଧାନ ଅନୁସାରେ…

ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ

ଭୁବନେଶ୍ୱର() ପୁରୀକୁ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ ରେଲୱେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ପୂର୍ବତଟ ରେଳବାଇ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ୧ରୁ ଚାଲିବାକୁ ଥିବା…

ଯୁଦ୍ଧ ସମାପ୍ତ ହେବା ପରେ କାହିଁକି ଜଳିଗଲା ଅର୍ଜୁନଙ୍କ ରଥ ? , ଜାଣନ୍ତୁ…

ମହାଭାରତରେ କୌରବ ସେନାରେ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କର୍ଣ୍ଣ ଭଳି ମହାରଥୀ ଥିଲେ । ଏଥିପାଇଁ ଦୁର୍ଯ୍ୟେଧନଙ୍କୁ ଲାଗୁଥିଲା କି ସେ ସହଜରେ ପାଣ୍ଡବଙ୍କୁ ଯୁଦ୍ଧରେ ହରାଇଦେବେ । କିନ୍ତୁ ପାଣ୍ଡବଙ୍କ ପକ୍ଷରେ ସ୍ୱୟଂ ଶ୍ରୀକୃଷ୍ଣ ଥିଲେ । ସେ ଅର୍ଜୁନଙ୍କ ସାରଥୀ ହୋଇଥିଲେ ଏବଂ ଯୁଦ୍ଧ ହେବା…

ଆଜି ତିନ ରଥର ଚକ ଡେରା କାର୍ଯ୍ୟ

ପୁରୀ() ନିର୍ମାଣକାରୀମାନେ ରଥର ଗୟଳ ତିଆରିରେ ଲାଗିଛନ୍ତି । କରତି ସେବକମାନେ ତିନି ରଥର ବଡ଼ ପୋଲ ଗୟଳ ଚିରଟ କରି ରଥଖଳାରେ ପଇଠ କରିଛନ୍ତି । ବିଶ୍ୱକର୍ମାମାନେ ମାପ ଅନୁସାରେ ଚଉପଟ କରୁଛନ୍ତି । ଛନ୍ଦାଗୟଳ ଓ ଛୋଟ, ମଝିଲା ପୋଲ ଗୟଳ କାଠ ଭୋଇ ସେବକମାନେ ବୋହି ଆଣି ବିଶ୍ୱକର୍ମାଙ୍କୁ…

କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି

ଭୁବନେଶ୍ୱର() କ୍ୱାରେଣ୍ଟିନ ସରିଥିବା ଲୋକଙ୍କ ପାଇଁ ୬୨କୋଟି ଟଙ୍କା ପ୍ରଦାନ ପାଇଁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସିଏମ ରିଲିଫ ପାଣ୍ଠିରୁ ୬୨କୋଟି ଟଙ୍କା ଦେବାକୁ ଏସଆରସି ଚିଠି ଲେଖିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ଏସଆରସି ।…

କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ

କଟକ() କରୋନା ସଂକ୍ରମିତଙ୍କ ବାବଦରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏକ ଜନସ୍ୱାର୍ଥମାମଲାର ଶୁଣାଣି କରି କୌଣସି ମତେ କରୋନା ସଂକ୍ରମିତଙ୍କ ପରିଚୟ ପ୍ରଘଟ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି । ପରିଚୟ ପଦାକୁ ଆସିଲେ ସାମାଜିକ ନିନ୍ଦାର ଭୟ ରହିଛି । ଏପରିକି ସରକାର…

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୯୭୧କୁ ବୃଦ୍ଧି ପାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୩ହଜାର ୭୬୩ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୬୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ହଜାର ୯୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୨ହଜାର ୩୬୯ ଜଣ ସୁସ୍ଥ ହୋଇଥିବା ବେଳେ ୮୬ହଜାର…