Odia News Portal

୧୬୨ଟି ଦେଶକୁ କରୋନା ବ୍ୟାପିଛି

ଭୁବନେଶ୍ୱର() କରୋନା ନେଇ ଗତ ଦୁଇ ଦିନ ପରି ଆଜି ମଧ୍ୟ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ କରି ୨୪ଘଣ୍ଟାର ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଆଜି ସୁଦ୍ଧା ୧୬୨ଟି ଦେଶକୁ କରୋନା ବ୍ୟାପିଛି । କରୋନାରେ ବିଶ୍ୱରେ ୧,୮୩,୧୧୬ ଜଣ ଲୋକ ଆକ୍ରାନ୍ତ ଅଛନ୍ତି । ଭାରତରେ ୧୨୬ଜଣ…

ପର୍ୟଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର

ପୁରୀ () ୨ ଦିନରେ ପର୍ୟଟକ ଶୂନ୍ୟ ହେବ ଶ୍ରୀକ୍ଷେତ୍ର । ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ମହାମାରୀ କରୋନା ଭୂତାଣୁ ପାଇଁ ଆଗାମୀ ୨ ଦିନ ଭିତରେ ସବୁ ପର୍ୟ୍ୟଟକଙ୍କୁ ଶ୍ରୀକ୍ଷେତ୍ର ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ହୋଟେଲ ଖାଲି କରିବା ପାଇଁ ପର୍ୟ୍ୟଟକଙ୍କୁ କୁହାଯାଇଛି । ଆଗୁଆ ହୋଟେଲ…

ହୋମ୍ କ୍ୱାରେଣ୍ଟାଇନରେ ଆଇଏଏସ ଭିନିଲକ୍ରିଷ୍ନା

ଭୁବନେଶ୍ୱର() ଭୁବନେଶ୍ୱର ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଲେ ଆଇଏଏସ ଆର ଭିନିଲକ୍ରିଷ୍ନା । ଆଜି ସେ ବିଦେଶରୁ ଫେରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ନା ସୂଚନା ଦେଇଛନ୍ତି । ସେ ଭିଡିଓରେ କହିଛନ୍ତି, ବିଦେଶରୁ ଫେରି ସରକାରଙ୍କ ୱେବସାଇଟରେ…

ହୋମ୍ କ୍ୱାରେଣ୍ଟାଇନରେ ପୁରୀ ଗଜପତି

ଭୁବନେଶ୍ୱର() ଭୁବନେଶ୍ୱର ଘରେ ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ। ଆଜି ସରକାରଙ୍କ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ କରିଥିଲେ ଗଜପତି। ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ…

ଅନ୍ତର୍ଜାତୀୟ ସ୍ତରରେ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର() ବିଶ୍ବ ସାମ୍ନାରେ ନୂଆ ବିପର୍ୟ୍ୟୟ ଭାବେ ‘କରୋନା’ ଉଭା ହୋଇଛି। ଏହାକୁ ନେଇ ଏବେ ବିଶ୍ବର ୧୫୦ରୁ ଅଧିକ ଦେଶରେ ଲୋକେ ଆତଙ୍କିତ ଅଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫ ଛୁଇଁଲାଣି। ଏମିତିସ୍ଥଳେ ଏହି ଭୂତାଣୁ ଓଡ଼ିଶାରେ ବିଳମ୍ବରେ ପ୍ରବେଶ କରିବା ଘଟଣା ନିଶ୍ଚିତ ଭାବେ ଏକ…

ଆଇଟି ଫାର୍ମ ପାଇଁ କରୋନା ସତର୍କତା

ଭୁବନେଶ୍ୱର()  ଆଇଟି ଫାର୍ମ ଗୁଡିକୁ କମିସନରେଟ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଭୁବନେଶ୍ୱର ଓ କଟକରେ ଥିବା ଫାର୍ମଗୁଡିକୁ ନୋଟିସ କରାଯାଇଛି । ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ନଯିବାକୁ ପରାମର୍ଶ ଦିଆଯାଇଛି । ୧୪ ଦିନ ପାଇଁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି…

୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା

ଭୁବନେଶ୍ୱର() ଭତ୍ତା ମିଳୁଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର । ୪୮ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଆଗୁଆ ଭତ୍ତା ।  କରୋନା ପାଇଁ ଅଗ୍ରୀମ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ, ମେ,ଜୁନ୍ ଓ ଜୁଲାଇ ମାସର ଭତ୍ତା ଆଗୁଆ ଦେବେ ସରକାର ।…

ଝିଅଙ୍କୁ କରୋନା ସହ ତୁଳନା କରି ଅଡୁଆରେ କଣ୍ଠଶିଳ୍ପୀ

ଭୁବନେଶ୍ୱର() ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପି ଚାଲିଛି ଚାଇନାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍। ଭାରତରେ ମଧ୍ୟ ୧୨୫ ରୁ ଉର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିବା ବେଳେ ଓଡିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ଭାଇରସ୍ ପାଇଁ ସାରା ଓଡ଼ିଶା ଭୟରେ ଥିବା…

ବଢିଲା ଆହାର କେନ୍ଦ୍ର ଖୋଲା ରହିବା ଅବଧି

ଭୁବନେଶ୍ୱର() ଏଣିକି ୪ ଟା ଯାଏଁ ଖୋଲା ରହିବା ଆହାର କେନ୍ଦ୍ର । ଦିନ ୧୦ ଟାରୁ ଅପରାହ୍ନ ୪ ଯାଏଁ ଖୋଲା ରହିବ ଆହାର କେନ୍ଦ୍ର । ଭିଡ ନିୟନ୍ତ୍ରଣ ପାଇଁ ଏହି ପଦୃକ୍ଷେପ ନିଆଯାଇଛି । ଲୋକେ ଧାଡ଼ିରେ ଯାଇ ଆହାର ଗ୍ରହଣ କରିବେ। ଧାଡ଼ିରେ ଦୁଇ ଲୋକଙ୍କ ଭିତରେ ଅତିକମରେ ଦେଢ଼ ମିଟରର ଦୂରତା ରହିବା…

ନୌବାହିନୀରେ ମହିଳା ସ୍ଥାୟୀ କମିଶନ

ନୂଆଦିଲ୍ଲୀ() ନୌବାହିନୀରେ ମହିଳା ସ୍ଥାୟୀ କମିଶନ ସପକ୍ଷରେ ସୁପି୍ରମକୋର୍ଟ ରାୟ ଶୁଣାଇଛନ୍ତି । ପୁରୁଷଙ୍କ ସହ ସମକକ୍ଷ ଭାବେ ମହିଳା ଜଳଯାତ୍ରା କରିବାକୁ ସକ୍ଷମ । ସ୍ଥାୟୀ କମିଶନ ନିଯୁକ୍ତିରେ ଭେଦ ଭାବ ରହିବା ଅନୁଚିତ ବୋଲି କହିଛନ୍ତି ସୁପି୍ରମକୋର୍ଟ ।