Odia News Portal

ବନ୍ଧା ହେଲେ ବାବା

କଟକ() ପୁରୀଘାଟ ପୋଲିସ ଜଣେ ଲୁଟେରା ବାବାଙ୍କୁ ଗିରଫ କରିଛି । ଏହି ବାବା ଜଣକ ପୁରୀଘାଟ ଥାନା ଅନ୍ତର୍ଗତ ବଙ୍ଗାଳି ସାହି ହଜାରୀ ଲେନରେ ଗତ କିଛି ଦିନ ହେଲା ଲୋକଙ୍କୁ ଫୁସୁଲେଇ ସେମାନଙ୍କ ଠାରୁ ସୁନା ଗହଣା ସବୁ ଲୁଟ କରି ନେଉଥିଲା । ସ୍ଥାନୀୟ ଲୋକ ମାନେ ଏହା ଜାଣିପାରିବା ପରେ ତାକୁ…

ନରମିଲେ ହାଇକୋର୍ଟ ଓକିଲ

କଟକ() ଦୀର୍ଘ ଦିନର ଆନେ୍ଦାଳନ ପରେ ହାଇକୋର୍ଟ ବାର ଆସୋସିଏସନର ଓକିଲ ମାନେ ଆନେ୍ଦାଳନରୁ ଓହରିଛନ୍ତି । ଭାରତୀୟ ବାର କାଉନସିଲ ର ଅନୁରୋଧ କ୍ରମେ ଆନେ୍ଦାଳନରୁ ଓହରିଯିବାକୁ ନିଷ୍ପତି କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନର ସଭାପତି ଗୋପାଳ କୃଷ୍ନ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

ଦେଖନ୍ତୁ ମୟୂର ମାଛ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପଟ୍ଟାମୁଣ୍ଡାଇ() କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରା ହୋଇଛି ବିରଳ ପ୍ରଜାତିର ମାଛ । ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି । ଏହି ମାଛକୁ ‘ମୟୂର ମାଛ’ ବୋଲି କୁହାଯାଉଛି। ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ । ଏହାର ଓଜନ ୨୦…

ବାଲିଯାତ୍ରାକୁ ଆର୍ଥିକ ସହାୟତା ଯୋଗାଇଦେବ ନଗର ଉନ୍ନୟନ୍ନ ଓ ସଂସ୍କୃତି ବିଭାଗ

କଟକ () କଟକ ଜିଲ୍ଲାର ପ୍ରଶାସନର ସମସ୍ତ ଦାବିକୁ ସରକାର ମାନିନେଇଛନ୍ତି । ଏଣିକି ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟଲୋକସେବା ଭବନରେ ବୈଠକ ପରେ ଏଭଳି ନିଷ୍ପତି ହୋଇଛି । ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା…

ଦୁର୍ନୀତି ବିକାଶ ଧାରାରେ ମୁଖ୍ୟ ପ୍ରତିବନ୍ଧକ

ଭୁବନେଶ୍ବର () ପ୍ରଶାସନରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତା ଓ ଦୁର୍ନୀତିମୁକ୍ତ ଅଭିମୁଖ୍ୟକୁ ସଶକ୍ତ କରିବାକୁ ସାଧାରଣ ଲୋକେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ନେଇଥିବା ସଙ୍କଳ୍ପକୁ ପୁର୍ନଜୀବିତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ଭିଜିଲାନ୍ସ…

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି। ବର୍ଷା ଯୋଗୁ ଜୁନ୍‌ ୧୫ ତାରିଖରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଥିଲା। ଆଜି ପ୍ରଥମ ଦିନରେ ବାରିପଦା- ପିଠାବଟା ଅଥବା ଲୁଲୁଙ୍ଗ ପଟ ଦେଇ ୧୫ଟି ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଇଛି।…

ବଦଳିଲା କୋଣାର୍କ ମନ୍ଦିରର ପରିଦର୍ଶନ ସମୟ

ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିରର ପରିଦର୍ଶନ ସମୟ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ବଦଳିଥିବା ସୂଚନା ମିଳିଛି । ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ସୂର୍ଯ୍ୟମନ୍ଦିର । ସନ୍ଧ୍ୟା ୭ଟା ପରିବର୍ତ୍ତେ ୬ଟା ୩୦ଯାଏଁ ଲାଇଟ ଆଣ୍ଡ ସାଉଣ୍ଡ ଶୋ ଚାଲିବ । ନୂଆ ନିୟମ ଆଜିଠାରୁ…

ଆଜିଠୁ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ : ଆଜିଠୁ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ । ଲଗାତାର ତିନି ମାସ ହେବ ଗ୍ୟାସ୍ ସିଲିଣ୍ଡର ଦର ବଢିବାରେ ଲାଗିଛି । ଯାହାଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିଛି । ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି  ଗ୍ୟାସ୍ ସିଲିଣ୍ଡର ପାଖାପାଖି ୭୬ଟଙ୍କା ମହଙ୍ଗା ହୋଇଛି।…

ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର : ରାଜ୍ୟର କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୧୦ଟା ୩୦ ଯାଏ ୩ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା…

ମୁମ୍ବାଇକୁ ଧରାଶାୟୀ କରି ଓଡିଶା ଜିତିଲା ପ୍ରଥମ ଆଇଏସଏଲ ମ୍ୟାଚ

ମୁମ୍ବାଇ : ସ୍ଥାନୀୟ ମୁମ୍ବାଇ ଫୁଟବଲ ଏରିନାରେ ଆଜି ଅନୁଷ୍ଠିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଦ୍ୱାଦଶ ମ୍ୟାଚରେ ଘରୋଇ ମୁମ୍ବାଇ ସିଟି ଏଫସିକୁ ୪-୨ ଗୋଲରେ ହରାଇ ଚମକ ସୃଷ୍ଟି କରିଛି ନବାଗତା ଓଡିଶା ଏଫସି । କ୍ରମାଗତ ଦୁଇଟି ପରାଜୟ ସହ  ଆଇଏସଏଲ ଅଭିଯାନ ଆରମ୍ଭ କରିଥିବା ଓଡିଶା ଏଫସିର ଏହା…