ଟୁରିଷ୍ଟ୍ ବସ୍ ଦୁର୍ଘଟଣାଗ୍ରସ୍ତ: ୧୩ ଆହତ
ଯାଜପୁର: ଟ୍ରକ୍କୁ ପଛରୁ ଧକ୍କା ଦେଲା ଟୁରିଷ୍ଟ୍ ବସ୍। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। …
