Odia News Portal

ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ଜାରି, ଅଧ୍ୟକ୍ଷତା କଲେ ସୁପ୍ରିମୋ ନବୀନ

ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ପ୍ରକାଶ ପାଇବାର ୨ ସପ୍ତାହ ପରେ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାରେ କିଏ ବିରୋଧୀ ଦଳ ନେତା ହେବେ ସେନେଇ ବୈଠକରେ ନି‌ଷ୍ପତ୍ତି ହେବ।

ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ରାଜନୀତି

ଓଡ଼ିଶାରେ ସରକାର ବଦଳି ଥିଲେ ମଧ୍ୟ ମହାନଦୀ ଜଳ ବିବାଦ ଥମିନାହିଁ। ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ନୂଆ ସରକାର ଆସିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦରେ ନୂଆ ଅଭିଯୋଗ ଯୋଡ଼ି ହୋଇଛି। ୨୪ ବର୍ଷ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଓଏଏସ୍ ଅଧିକାରୀ ଅପସାରିତ

ନୂଆ ସରକାର ଗଠନ ହୋଇଛି, ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଛି। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ

ଜୁଲାଇ ୮ରେ ଖାେଲାଯିବ ରତ୍ନଭଣ୍ଡାର

ଜୁଲାଇ ୮ରେ ଖାେଲିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ। ତାଙ୍କ ସୂଚନା ଅନୁଯାୟୀ କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର

ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଟିକାକରଣ, ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍

କାୟା ମେଲାଉଛି ଡିପଥେରିଆ । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷେରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍, ବର୍ଷେରୁ ୭ ବର୍ଷ ପିଲାଙ୍କୁ ଡିପିଟି ଓ ୭ ବର୍ଷରୁ ଅଧିକ ବୟସ୍କଙ୍କୁ ଟିଡି ଟିକା ଦିଆଯିବ ।

ସୁରମା ପାଢ଼ୀ ବିଜେପିର ବାଚସ୍ପତି ପ୍ରାର୍ଥୀ

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ହେବେ ବାଚସ୍ପତି। ବାଚସ୍ପତି ନିର୍ବାଚନ ପାଇଁ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି। ସୁରମା ପାଢ଼ୀ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ

ଶ୍ରଦ୍ଧା ଓ ପାଣ୍ଡିଆନଙ୍କ କବଜାରେ ବିଜେଡି: ନବୀନ ଅସହାୟ, ଅନିଶ୍ଚିତତାରେ କର୍ମୀ ଓ ନେତା

ବିଜୁ ଜନତା ଦଳ ତିଷ୍ଠିବ ତ? ନା ଭୁଶୁଡ଼ି ପଡ଼ିବ? ନିର୍ବାଚନୀ ବିପର୍ଯ୍ୟୟର ଏପର୍ଯ୍ୟନ୍ତ ସମୀକ୍ଷା ହେଲାନି କି ଦଳୀୟ କର୍ମୀ ଓ ନେତାଙ୍କ ମନୋବଳ ବଢ଼ାଇବାକୁ ପଦକ୍ଷେପ ବି ନିଆଗଲାନି । ଓଲଟା ଦଳ ଯେଉଁମାନଙ୍କ ପାଇଁ ବିପର୍ଯ୍ୟସ୍ତ ହେଲା ଏବେ ସେମାନେ ପୁଣିଥରେ ସକ୍ରିୟ ହୋଇ ଉଠିଥିବାରୁ ଏଭଳି

ରାଜଧାନୀ ମୁକୁଳା ଡ୍ରେନ୍‌ ନେଲା ନାବାଳକଙ୍କ ଜୀବନ

ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିବା ପିଲାର ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମେୟର ସୁଲୋଚନା ଦାସ ଏନେଇ ଘୋଷଣା କରିଛନ୍ତି। ମୃତ ଘୋଷଣା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶୋକର ଛାୟା ଖେଳି ଯାଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ। ମୃତ

ଦେବୀ ନଦୀରେ ବୁଡ଼ିଗଲେ ୩ ଛାତ୍ର

ପୁରୀ ଜିଲ୍ଲା ବାଲିଡ଼ିଆରେ ଦେବୀ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ରୋହନ ବେହେରା, ଓମ୍ ବେହେରା ଓ କାହ୍ନା ବେହେରା। ସେମାନେ ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା ଥିଲେ। ରୋହନ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ କାହ୍ନା ନବମ ଏବଂ ଓମ୍

ଆଜିଠୁ ବିଧାନସଭା; ଶପଥ ନେଲେ ନବନିର୍ବାଚିତ ବିଧାୟକ

ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ। ଏହି ଅବସରରେ ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ। ସେମାନଙ୍କୁ ଶପଥ ପାଠ କରାଇଛନ୍ତି ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏଥର ବିଧାନସଭାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ୮୨ ଜଣ ନୂଆ ବିଧାୟକ।