Odia News Portal

ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରୁ ହଟିଛି କାର୍ତ୍ତିକ ମାସରେ ଲଗାଯାଇଥିବା କଟକଣା । ଆଜିଠୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦେଇ ଦର୍ଶନ କରୁଛନ୍ତି ଭକ୍ତ । ଶ୍ରୀମନ୍ଦିରମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ ସୂଚନା ଦେଇଛନ୍ତି। ଚାରିଦ୍ବାରରେ ପ୍ରବେଶ ଅନୁମତି ଥିବା ବେଳେ ତିନି ଦ୍ବାରାଦେଇ…

ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ଗୁଳିରେ ୫ ନକ୍ସଲ ନିପାତ

ଛତିଶଗଡ଼ର କଂକେର ଜିଲ୍ଲାରେ ପୁନର୍ବାର ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ଧରଣର ଗୁଳିବିନିମୟ ଚାଲିଛି। ଏହି ଏନକାଉଣ୍ଟରରେ  ୫ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯବାନଙ୍କ ଦ୍ଵାରା ଏନକାଉଣ୍ଟର ସ୍ଥାନରୁ ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ନକ୍ସଲ ସାମଗ୍ରୀ ଉଦ୍ଧାର…

ବାଳକର ପାଦତଳେ ଲାଗି ହେଉଛି ତୁଳସୀ; ଫଟୋ ଭାଇରାଲ, ଥାନାରେ ଅଭିଯୋଗ

ପ୍ୟାଣ୍ଟସାର୍ଟ ପିନ୍ଧି ଏକ ଚୌକିରେ ବସିଥିବା ବାଳକକୁ ଦିଆଯାଉଛି ଭଗବାନ ଅନନ୍ତ ମାଧବଙ୍କ ଆଖ୍ୟା। ଏଥପାଇଁ ତାଙ୍କ ପାଦ ତଳେ ତୁଳସୀ ଓ ଫୁଲମାଳ ଲାଗି କରାଯାଉଛି। ଏଭଳି କିଛି ଫଟୋ ଏବେ ସୋଶାଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଏପରି ଅଭିଯୋଗ ଆଣି ଥାନାରେ ଫେରାଦ ହୋଇଛନ୍ତି…

ମହାନଦୀକୁ ଡେଇଁଲେ ଯୁବ ଇଞ୍ଜିନିୟର୍: କାରଣ ଅସ୍ପଷ୍ଟ

ଜଗତସିଂହପୁର ଜିଲ୍ଲାର ଭୂତମୁଣ୍ଡାଇ ପୋଲରୁ ଜଣେ ଯୁବକ ଆଜି ସକାଳେ ମହାନଦୀକୁ ଡେଇଁ ପଡ଼ିଥିବା ଜଣାଯାଇଛି। ଆଜି ସକାଳେ ଯୁବକ ଜଣଙ୍କ ହଠାତ୍ ପାରାଦୀପ ନିକଟସ୍ଥ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଯୁବକ ଜଣଙ୍କ ଭାସୁଥିବା ଦେଖି  ଅଗ୍ନିଶମ ବାହିନୀକୁ ଖବର…

ଏସସିବିରେ ହେବ ହାର୍ଟ ଟ୍ରାନ୍ସପ୍ଲାଣ୍ଟ

କଟକ ଏସସିବିରେ ହାର୍ଟ ଟ୍ରାନ୍ସପ୍ଲାଣ୍ଡ କରାଯିବ । ଆଗାମୀ ୩ ମାସ ଭିତରେ ଏହା ସମ୍ଭବ ହେବ । ଚେନ୍ନାଇ ଏମଜିଏମ ହସ୍ପିଟାଲ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏମଜିଏମ ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭିତ୍ତିଭୂମିକୁ ଅନୁଧ୍ୟାନ କରାଯାଇଛି । ଏମଜିଏମ ଟିମ ଦ୍ୱାରା ରୋଗୀ ଚିହ୍ନଟ…

ଓମଫେଡର ଆଉ ତିନି ପ୍ଲାଣ୍ଟ ଖୋଲିବ : ଗୋକୁଳାନନ୍ଦ ମଲ୍ଲିକ

 ଓମଫେଡର ଆଉ ତିନି ପ୍ଲାଣ୍ଟ ଖୋଲିବା  ଓମଫେଡକୁ ନେଇ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମୀକ୍ଷା କରିଛନ୍ତି  । ମନ୍ତ୍ରୀ କହିଛନ୍ତି ଓମଫେଡ ହେଉଛି ଓଡିଶାର ଅସ୍ମିତା । ଆଗାମୀ ଦିନରେ ଓମଫେଡକୁ ସୁଦୃଢ କରାଯିବ । ସୁଦୃଢ ସହ କ୍ୱାଲିଟି – କ୍ୱାଣ୍ଟିଟିରେ କମ୍ପ୍ରମାଇଜ କରାଯିବନି ।…

ଭରତପୁର  ମାମଲା : ବଢିଲା ତଦନ୍ତ କମିଶନଙ୍କ  କାର୍ଯ୍ୟକାଳ

ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଦୁର୍ବ୍ୟବହାର ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ୨୦୨୫ ଜାନୁଆରି ୩୧ ତାରିଖ ଯାଏ ଏହାକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ…

ଖତ ଗଦାରୁ  ବିଡା ବିଡା ଟଙ୍କା ଜବତ

ଜଳେଶ୍ୱର  କମର୍ଦ୍ଦା ଥାନା ବଡମଣ୍ଡାରୁଣି ଗାଁରେ ମାଆ ଓ ପୁଅକୁ ଅଟକ ରଖିଛି ହାଇଦ୍ରାବାଦ ପୋଲିସ ।ଏହା ସହିତ ଘର ଓ ଖତ ଗଦାରୁ ବିଡାବିଡା ଟଙ୍କା ଜବତ ହୋଇଛି । ହାଇଦ୍ରାବାଦର ଆଗ୍ରୋ ଇଣ୍ଡଷ୍ଟ୍ରିଜରୁ ୨୧ ଲକ୍ଷ ଚୋରି ଘଟଣାରେ ପୋଲିସ ଛାନଭିନ କରିଛି । ଆଗ୍ରୋ ଇଷ୍ଟ୍ରିଜରୁ ଟଙ୍କା ଚୋରି କରି…

ରାଜଧାନୀରେ  ନାବାଳିକାକୁ ଦୁଷ୍କର୍ମ

ଲିଙ୍ଗରାଜ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସକାଳୁ ନିଖୋଜ ଥିଲେ ୭ ବର୍ଷୀୟା ନାବାଳିକା । ପରିବାର ଲୋକେ ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ୧ ଘଣ୍ଟା ଭିତରେ ବୈଶିଷ୍ଟ୍ୟ ନଗରରୁ ଉଦ୍ଧାର କରାଯାଇଛି । ଏନେଇ ଲିଙ୍ଗରାଜ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ୭ ବର୍ଷୀୟ…

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ

କନ୍ୟାକୁମାରୀ-ଦିବ୍ରୁଗଡ଼ ବିବେକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଚରମ୍ପା ଷ୍ଟେସନ ପାର୍ କରିବା ପରେ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣାଯାଇଛି। ରାଣିତାଲ ନିକଟରେ ଧୂଆଁ ବାହାରିବାର ଦେଖିବାକୁ ପାଇଥିଲେ…