Odia News Portal

ରୋଷେଇ ଘରେ ଚଡ଼କ; ସେଞ୍ଚୁରୀ ମାରିଲା ଟମାଟୋ

ରୋଷେଇ ଘର ଉପରେ ପଡ଼ିଲାଣି ଚଡ଼କ । ହୁହୁ ହୋଇ ବଢ଼ିଲାଣି ପନିପରିବା ଦରଦାମ । ସାଧାରଣ ଲୋକଙ୍କ ମୁଣ୍ଡରେ ପଡ଼ିଲାଣି ଚଡ଼କ । ସେଞ୍ଚୁରୀ ମାରିଲ ଟମାଟୋ । ଆଉ ସବୁ ପରିବା ଦାମ ବି ଆକାଶ ଛୁଆଁ। ୮୦ ତଳକୁ ମିଳୁନି ପରିବା । ଲୋକେ ପରିବା ମାର୍କେଟ ଏ ମୁଣ୍ଡରୁ ସେ ମୁଣ୍ଡ ବୁଲୁଥିବା ବେଳେ ବ୍ୟାଗ…

ସୁରମା ପାଢ଼ୀ ହେଲେ ନୂଆ ବାଚସ୍ପତି

ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି। ଆଜି ବିଧିବଦ୍ଧ ଭାବେ ସେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ବାଚସ୍ପତି ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ।…

ଡିପଥେରିଆରେ ଆଖି ବୁଜିଲେ ନାବାଳକ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

ଚିନ୍ତା ବଢ଼ାଉଛି ଡିପଥେରିଆ । ପୂର୍ବରୁ ଏଥିରେ ଆକ୍ରାନ୍ତ ହୋଇ ୫ ଜଣ ଆଖି ବୁଜି ସାରିଥିବା ବେଳେ ଏବେ ଆଉ ଜଣେ ନାବାଳକ ଆଖି ବୁଜିଛନ୍ତି। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି ଜଣାଯାଇଛି। ପୂର୍ବରୁ ସାରା ରାଜ୍ୟରେ ୫ ଜଣଙ୍କର ଡିପଥେରିଆରେ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି…

ସାର୍ବଜନୀନ ହେବ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବାକୁ ଥିବା ବେଳେ ଏବେ ଚାବି ହଜିବା ଘଟଣାର ରିପୋର୍ଟ ସାର୍ବଜନୀନ ହେବ ବୋଲି ନିଷ୍ପତ୍ତି ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗର ତଦନ୍ତ…

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ପ୍ରସନ୍ନ ଆଚାର୍ଯ୍ୟ ଉପନେତା

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା‌ ହେବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିରୁ ବିଧାୟକ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି। ବିଜେଡି ଉପସଭାପତି…

ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ଜାରି, ଅଧ୍ୟକ୍ଷତା କଲେ ସୁପ୍ରିମୋ ନବୀନ

ସାଧାରଣ ନିର୍ବାଚନ-୨୦୨୪ର ଫଳାଫଳ ପ୍ରକାଶ ପାଇବାର ୨ ସପ୍ତାହ ପରେ ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳର ବୈଠକ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାରେ କିଏ ବିରୋଧୀ ଦଳ ନେତା ହେବେ ସେନେଇ ବୈଠକରେ ନି‌ଷ୍ପତ୍ତି ହେବ।…

ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ରାଜନୀତି

ଓଡ଼ିଶାରେ ସରକାର ବଦଳି ଥିଲେ ମଧ୍ୟ ମହାନଦୀ ଜଳ ବିବାଦ ଥମିନାହିଁ। ରାଜ୍ୟରେ ବିଜେପି ସରକାର ଗଠନ ହେବା ମାତ୍ରେ ମହାନଦୀ ଜଳ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ନୂଆ ସରକାର ଆସିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦରେ ନୂଆ ଅଭିଯୋଗ ଯୋଡ଼ି ହୋଇଛି। ୨୪ ବର୍ଷ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଓଏଏସ୍ ଅଧିକାରୀ ଅପସାରିତ

ନୂଆ ସରକାର ଗଠନ ହୋଇଛି, ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନ ପରେ ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଛି। ଏସବୁ ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ରାଜ୍ୟ…

ଜୁଲାଇ ୮ରେ ଖାେଲାଯିବ ରତ୍ନଭଣ୍ଡାର

ଜୁଲାଇ ୮ରେ ଖାେଲିବ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ। ତାଙ୍କ ସୂଚନା ଅନୁଯାୟୀ କୋର କମିଟି ଓ ବୈଷୟିକ କମିଟିର ସଦସ୍ୟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ। ସେ ଆହୁରି କହିଛନ୍ତି, ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର…

ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଟିକାକରଣ, ଆଜିଠୁ ଦିଆଯିବ ବୁଷ୍ଟର ଡୋଜ୍

କାୟା ମେଲାଉଛି ଡିପଥେରିଆ । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ ଟିକାକରଣ । ବର୍ଷେରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍, ବର୍ଷେରୁ ୭ ବର୍ଷ ପିଲାଙ୍କୁ ଡିପିଟି ଓ ୭ ବର୍ଷରୁ ଅଧିକ ବୟସ୍କଙ୍କୁ ଟିଡି ଟିକା ଦିଆଯିବ ।…