Odia News Portal

୨୦ରୁ ବସ୍ ଧର୍ମଘଟ

ପୁଣି ବସ୍ ଧର୍ମଘଟ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ବସ୍ ଧର୍ମଘଟ । ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ଧର୍ମଘଟ ନିଷ୍ପତ୍ତି ନିଆଯାଇଛି । ବସ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି । ତେବେ ଲକ୍ଷ୍ମୀ ଯୋଜନାକୁ ବିରୋଧ

ଲୋକସେବା ଭବନରେ ଅଗ୍ନିକାଣ୍ଡ

ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଏସ୍‌ସି/ଏସ୍ଟି ବଭାଗ ଛାତ ଉପର ଏସି କଂପ୍ରେସରରେ ନିଆଁ ଲାଗିଥିବା ସୂଚନା ରହିଛି । କଂପ୍ରେସରରେ ଲାଗିଥିବା ନିଆଁକୁ ନିଆଁକୁ ନିୟନ୍ତ୍ରଣ କରାଯାଇଥିବା ସୂଚନା ।

ଆସିଲେନି ବର୍ଷା, ଘୁଞ୍ଚିଲା ଶୁଣାଣିର ତାରିଖ

ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲା । ଏସଡିଯେଏମ କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି । ବାହାରେ ଥିବା ଦର୍ଶାଇ ସମୟ ମାଗିଲ ବର୍ଷା । ଅକ୍ଟୋବର ୩୦ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।

ପୁରୁଣା ବିଜେଡି ଗୋଷ୍ଠୀ ପକ୍ଷରୁ ବରୀରେ ଶାରଦୀୟ ବନ୍ଧୁ ମିଳନ ଓ କର୍ମୀ ସମିଳନୀ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରୀ ବ୍ଲକର ୨୯ ପଂଚାୟତ ର ପୁରାତନ ବିଜେଡି କର୍ମୀ ଯେଉଁମାନେ କି ଉପକ୍ଷିତ ଓ ଅଲୋଡ଼ିତ ସେଇ ମାନଙ୍କୁ ନେଇ ବରୀପାଳ ଠାରେ ଏକ ଶାରଦୀୟ ବନ୍ଧୁମିଳନ ସହ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବରୀ ବିଜେଡି ବ୍ଲକ ସଭାପତି ସେକ

ଶୋ’ ରୁମ୍‌ରେ ପଶି ସିକ୍ୟୁରିଟି ଗାର୍ଡଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ରାଜଧାନୀ ପାଲଟି ଗଲାଣି କି ଅପରାଧୀଙ୍କ ଚରାଭୂଇଁ ? କେତେବେଳେ ମର୍ଡର ତ ଆଉ କେତେବେଳେ ଲୁଟ୍‌ପାଟ୍‌ କରି ଲୋକଙ୍କୁ ଭୟଭୀତ କରି ରଖିଛନ୍ତି ଦୁର୍ବୃତ୍ତ । ଦିନକ ତଳେ ଇନ୍‌ଫୋସିଟି ଅଞ୍ଚଳରେ ଗୋଟିଏ ଆପାର୍ଟମେଣ୍ଟରେ ଲୁଟପାଟ୍ ହୋଇଥିଲା । ଗତ ରାତିରେ ପୁରୀ ବାଇପାସ୍

ସୁନ୍ଦରଗଡ଼ରେ ୧୧ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ

ଆଜି ସୁନ୍ଦରଗଡ଼ରେ ୧୧ ନୂଆ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୯ ନମୂନ ରୁ ୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୪୪୧ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଞ୍ଜନ ଶତପଥୀ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବିଇଓ ଅଫିସରେ ସମଗ୍ର ଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ଭାବେ କାର୍ଯ୍ୟରତ ପ୍ରସନ୍ନ କୁମାର ପାଣିଙ୍କ ଘର ସମେତ ଅନୁଗୁଳ, ପୁରୀ ଓ ଭୁବନେଶ୍ୱରରେ ଏକକାଳୀନ

ଏସୀୟ କ୍ରୀଡ଼ା ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ଜିତିଥିବା କିଶୋର କୁମାର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ…

ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି

ରାଜଧାନୀରେ ଅସୁରକ୍ଷିତ ଆପାର୍ଟମେଣ୍ଟ 

ରାଜଧାନୀର ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ । ଗଳି କନ୍ଦି କଲୋନି କି ସାଦା ଘର ନୁହେଁ, ସିଧା ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଚୋରି କରିଛନ୍ତି ଲୁଟେରା। ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ୱେ ଚୋରି ହୋଇଥିବାରୁ ପୋଲିସର ଅକଲ ଗୁଡୁମ୍ । ଇନଫୋସିଟି ଥାନା ଅଧୀନରେ ଥିବା ରାଜବାଟିକାରୁ ଚୋରି

ଓଡ଼ିଶା, ଗୌହାଟିକୁ ମାତ୍ର ଦେଢ଼ ଘଣ୍ଟା

ନର୍ଥ ଇଷ୍ଟ ସହ ଆକାଶ ମାର୍ଗରେ ଯୋଡ଼ିହେବ ଓଡ଼ିଶା । କମିବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତାୟାତ ସମୟ । ୨୧ତମ ସ୍ଥାନ ଭାବେ ଭୁବନଶ୍ୱରରୁ ଗୌହାଟିକୁ ଉଡ଼ିବ ବିମାନ । ଅକ୍ଟୋବର ୨୯ରୁ ପ୍ରତିଦିନ ଭୁବନେଶ୍ୱର-ଗୌହାଟି ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ ଏୟାରଲାଇନ୍ସ । ଭୁବନେଶ୍ୱରରୁ