Odia News Portal

କେନ୍ଦ୍ରପଡା ରସାବଳୀକୁ ଜିଆଇ ଟ୍ୟାଗ୍‌

କେନ୍ଦ୍ରାପଡା ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ୍ । କେନ୍ଦ୍ରପଡା ମି୍େ‌ଟାନ୍ନ ରସାବଳୀ ସଂଘର ଆବେଦନକୁ ମିଳିଛି ମଞ୍ଜୁରୀ । ଗୁଣବତ୍ତା ଓ ମାନ ଯାଂଚ ପରେ ମିଳିଛି ସ୍ୱୀକୃତି ।

ସରିଲା ବିଧାନସଭା

ଗତ ୨୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା ବିଧାନସଭାର ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନ ଆଜି ଶେଷ ହୋଇଛି ।ଅକ୍ଟୋବର ୪ ତାରିଖରେ ଏହି ଅଧିବେଶନ ଶେଷ ହେବାର ଥିଲା । କିନ୍ତୁ ଶେଷ ହେବାର ଦିନକ ଆଗରୁ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହର କାର୍ୟ୍ୟକ୍ରମକୁ ଅନିଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ…

ବିଧାନସଭାରେ ଉତ୍ତର ରଖିଲେ ପ୍ରଦୀପ ଅମାତ: ଗତ ୮ ବର୍ଷରେ ୬୯୮ଟି ହାତୀ ଓ ୫୭ ବାଘଙ୍କ ମୃତ୍ୟୁ

ରାଜ୍ୟରେ ୨୦୧୫-୧୬ ଠାରୁ ୨୦୨୩-୨୪ ମଧ୍ୟରେ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ହୋଇଛି । ବିଭିନ୍ନ କାରଣରୁ ସେମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ସଡକ ଦୁର୍ଗଟଣା, ଶିକାର, ବିଭିନ୍ନ ରୋଗ, ବିଦ୍ୟୁତ ଆଘାତ, ରେଳ ଦୁର୍ଘଟଣା, ବିଷ ପ୍ରୟୋଗ ଇତ୍ୟାଦି ମୁଖ୍ୟ କାରଣ…

ଏଥର କେବେ ଆସିବ ବାତ୍ୟା

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଆହୁରି ତିନି ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଛି । ଏଥି ମଧ୍ୟରେ ଅକ୍ଟୋବର ମାସ ଆରମ୍ଭ ସହିତ ଓଡ଼ିଶା ପାଇଁ ଆସିଯାଇଛି ବାତ୍ୟା ଋତୁ l ବିଗତ କିଛି ବର୍ଷକୁ ଲକ୍ଷ କଲେ, ସାଧାରଣତଃ ମୌସୁମୀ ଫେରିବା ସମୟରେ ଓଡ଼ିଶାକୁ…

ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି। ୨ଶହ ଶଯ୍ୟା ବିଶିଷ୍ଟ ଏହି କ୍ୟାନ୍ସର ହସ୍ପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି। ଏହି ହସ୍ପିଟାଲ ଦ୍ବାରା…

ଆଜିଠୁ ପିଜି ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା

୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଦ୍ୱିତୀୟ ପର୍ୟ୍ୟାୟ ପିଜି ନାମଲେଖା ମଙ୍ଗଳବାର ୩ ତାରିଖରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ। ୧୦ ତାରିଖ ଅପରାହ୍ନ ୨ଟାରେ ବଳକା ସିଟ୍‌ ପାଇଁ ମେଧା ତାଲିକା…

ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ଜଳିଯାଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ। ପାଟ୍ଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ଆଜି ଭୋର ସମୟରେ ନିଆଁ ଲାଗି ଯାଇଥିଲା।…

୪ଟା ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି : ସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି

ବିଧାନସଭା ଆରମ୍ଭରୁ ହିଁ ବିଜେପିଙ୍କ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଛି । ପୋଡିୟମ ପାଖରେ ବିଜେପି ସଦସ୍ୟ ନାରାବାଜି ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିବୃତିରୁ ଜନବିରୋଧୀ ଶବ୍ଦକୁ ବାଦ ଦେବା ପାଇଁ ଦାବି କରାଯାଇଛି । ଏହା ବ୍ୟତୀତ ବିଜେପି ଦଳ ୨ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାରର ଦାବି…

ଲୋକସେବା ଭବନରେ ନିଆଁ

ଲୋକସେବା ଭବନରେ ଅଗ୍ନିକାଣ୍ଡ। ଲୋକସେବା ଭବନର ପ୍ରଥମ ମହଲାରେ ଥିବା ରାଜସ୍ଵ ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ବର୍ତ୍ତମାନ ନିଆଁ ଲିଭାକାର୍ଯ୍ୟରେ ନିୟୋଜିତ ରହିଛି। ଲୋକସେବା ଭବନ ଭିତରେ ଥିବା…

ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍

ମହାନଦୀ ବ୍ରିଜରେ ଲଟକିଛି ଯାତ୍ରୀବାହୀ ବସ୍ । ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ଲଟକି ରହିଛି ବସ୍‌ଟି । ବସ୍‌ଟ ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଥିଲା । ବସ୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।