Odia News Portal

୧୦ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାନଦୀ ଟିମ୍

ଥମୁନି ମହାନଦୀ ଜଳ ବିବାଦ ମାମଲା । ଆଜି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ୫୦ ଜଣିଆ ଟିମ୍ ଓଡିଶା ଗସ୍ତରେ ଆସୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ୧୦ ଦିନ ଓଡିଶାରେ ରହି ମହାନଦୀର ସ୍ଥିତିକୁ ଅନୁଧ୍ୟାନ କରିବେ ଏହି ଟିମ୍ । ଆଜି ସନ୍ଧ୍ୟାରେ ଏହି ଟିମ୍ ଝାରସୁଗୁଡାରେ ପହଞ୍ଚିବ । ଏହାପରେ

ଜେଲ୍‌ରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ

ଜେଲରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା ନାଗ । ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଳରେ ଥିବା ଜଗବନ୍ଧୁ ଚାନ୍ଦଙ୍କ ପତ୍ନୀ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଅର୍ଚ୍ଚନାଙ୍କ ସହ ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଥିଲେ ସାବିତ୍ରୀ ବ୍ରତ ।

ଗାଡିରେ ପ୍ରେସ ଲେଖି ଗଞ୍ଜେଇ ଚୋରା ଚାଲାଣ,୨ ଗିରଫ

ଗାଡ଼ିରେ ପ୍ରେସ ଲେଖି ଗଞ୍ଜେଇ ଚୋରା ଚାଲାଣ । ଏମିତି ଏକ ଘଟଣା ଏବେ କୋରାପୁଟ ଜିଲ୍ଲାରୁ ଆସିଛି । ପୋଲିସ୍ ଆଖିରୁ ବଞ୍ଚିବା ପାଇଁ ଗାଡିରେ ପ୍ରେସ୍ ଲେଖି ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ଆଉ ଖବର ପାଇ ମାଡ଼ି ବସିଲା ପାଡୁଆ ପୁଲିସ ।ପୋଲିସ୍ ସୂଚନା ଅନୁସାରେ କୋରାପୁଟ ଜିଲ୍ଲା

ଏଏସଓ ମେରିଟ ଲିଷ୍ଟ ଖାରଜ

ହାଇକୋର୍ଟରେ ଏଏସଓ ନିଯୁକ୍ତି ଅନିୟମିତତା ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଓପିଏସସିର ମେରିଟ ଲିଷ୍ଟକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଏଥିସହ ଆସନ୍ତା ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପକାଶ କରିବାକୁ ହାଇକୋର୍ଟ ନିର୍ଦ୍ଧେଶ ଦେଇଛନ୍ତି । ଲିଖିତ ପରୀକ୍ଷାର ମୋଟ

କାଲି ଗିରଫ ହୋଇଥିଲେ,ଆଜି ମୃତ

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଭାନୁ ବାଗଙ୍କୁ ଗତକାଲି କଟକରୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ବାଣ ବିସ୍ଫୋରଣ ବେଳେ ସେ ବି ଘଟଣାସ୍ଥଳରେ ଉପସ୍ଥିତ ଥିଲେ

୫ ଦିନ ଯାଏଁ କଲବଲ କରିବ ଅସହ୍ୟ ଗରମ

୫ ଦିନ ଯାଏଁ ଲାଗି ରହିବ ଅସମ୍ଭାଳ ତାତି । ସାରା ରାଜ୍ୟକୁ କଲବଲ କରିବ ଅସହ୍ୟ ଗରମ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ଫଳରେ ୧୦ ଜିଲ୍ଲାରେ ପିଟିବ ଝାଞ୍ଜି ପବନ । ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଅନୁଗୁଳ, ବଲାଙ୍ଗୀର,

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଯିବେ 5T ସଚିବ

କେତେବାଟ ଆଗେଇଛି କଳାହାଣ୍ଡିର ବିକାଶ । ପ୍ରଗତି ପଥେ କଣ ରହିଛି ସମସ୍ୟା । କଣ ରହିଛି ଲୋକଙ୍କ ଅସୁବିଧା । କାଲିଠୁ ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ । ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରିବେ

ଆଇପିଏସ ସ୍ତରରେ ଅଦଳ ବଦଳ

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ । ୫ ଜିଲ୍ଲାର ଏସ୍ପିଙ୍କ ସମେତ ମୋଟ ୧୮ ଜଣଙ୍କ ବଦଳି କରାଯାଇଛି । ମିତ୍ରମାନୁ ମହାପାତ୍ର ହେଲେ ରାଉଲକେଲା ଏସ୍ପି,ବି.ଗଙ୍ଗାଧର ହେଲେ ମୟୂରଭଞ୍ଜ ଏସ୍ପି,ମୁକେଶ କୁମାର ଭାନୁ ହେଲେ ସମ୍ବଲପୁର ଏସ୍ପି,ନୀତିନ କୁଶେଲକର ହେଲେ କେନ୍ଦୁଝର ଏସ୍ପି,ରିଷିକେଶ

୨୪ଟି ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଆତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ

‘ଦି କେରଳ ଷ୍ଟୋରି’ ଉପରେ ମମତା ସରକାର ଲଗାଇଥିବା ବ୍ୟାନ୍ ହଟାଇଲେ ସୁପ୍ରିମକୋର୍ଟ

ପଶ୍ଚିମବଙ୍ଗରେ ‘ଦି କେରଳ ଷ୍ଟୋରି’ ଫିଲ୍ମ ଉପରେ ଲାଗିଥିବା ବ୍ୟାନ୍ ହଟାଇଛନ୍ତି ସୁପ୍ରିମକୋର୍ଟ । ଏବେ ଏହି ଫିଲ୍ମ ପଶ୍ଚିମବଙ୍ଗରେ ପୁଣି ରିଲିଜ୍ ହେବ । ଫିଲ୍ମକୁ ବ୍ୟାନ୍ କରିବା ନିଷ୍ପତ୍ତି ଯୁକ୍ତିଯୁକ୍ତ ନୁହେଁ ବୋଲି କହି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କ ଆଦେଶ ଉପରେ ରୋକ୍